om academy

୩୬ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ୩୬ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଖୋ ଖୋ ଦଳରେ ପୁରୀ ଜିଲ୍ଲାରୁ ୩ ଜଣ ପ୍ରତିନିଧିତ୍ୱ କରିଛନ୍ତି । ତା ୨୯/୦୯/୨୦୨୨ରୁ ୦୫/୧୦/୨୦୨୨ରିଖ ପର୍ଯ୍ୟନ୍ତ ଗୁଜୁରାଟ ଅହମଦାବାଦଠାରେ ଜାତୀୟ କ୍ରୀଡା ଗୋଷ୍ଠୀ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅହମଦାବାଦ ନରେନ୍ଦ ମୋଦୀ ଷ୍ଟାଡିଅମରେ ଉଦ୍‌ଘାଟିତ ହୋିଯାଇଛି । ଏହି ପ୍ରତିଯୋଗିତାରେ ୩୬ଗୋଟି କ୍ରୀଡା ଶୃଙ୍ଖଳା ସାମିଲ ହୋଇଛି । ଓଡିଶା ମହିଳା ଖୋ ଖୋ ଦଳ ଏହି ପ୍ରତିଯୋଗିତା ପାଇଁ ୨୮ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା । ନିଜ ଗୃପରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସେମିଫାଇନାଲରେ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିସାରିଛି । ଏହି ଦଳରେ ପୁରୀ ଜିଲ୍ଲାର ଅନନ୍ୟା ପ୍ରଧାନ, ରୁପାଲୀ ପ୍ରଧାନ ଓ ଅର୍ଚ୍ଚନା ପ୍ରଧାନ ପ୍ରତିନିଧିତ୍ଵ କରି ରାଜ୍ୟ ଓ ଜିଲ୍ଲା ପାଇଁ ଐତିହାସିକ ଗୌରବ ଆଣିଛନ୍ତି । ଏହି ସମସ୍ତ ଛାତ୍ରୀ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାର ଅଟନ୍ତି । ଓଡିଶା ଖୋ ଖୋ ସଙ୍ଘ ଦ୍ୱାରା ପ୍ରେରିତ ଟେକ୍ନିକାଲ ଅଫିସିଆଲ ସୂର୍ଯ୍ୟ ନାରାୟଣ ଜେନା ସେଠାରେ ଉନ୍ନତ କ୍ରୀଡା ପରିଚାଳନା କରି ପ୍ରଶଂସିତ ହୋଇ ରାଜ୍ୟର ସୁନାମ ବଜାୟ ରଖିଛନ୍ତି । ଏନେଇ ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.