ବରକାନି ଗାଁରେ ଦେବଗୁରୁ ସମାଜର କଳା ବିଭବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ବରକାନି ଗାଁର ଗୋଚରପଡା ଠାରେ କଳା ଓ ସାହିତ୍ୟ କ୍ଷେତ୍ର କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀର ଓଡିଶା ପଶ୍ଚିମ ପ୍ରାନ୍ତର ଲୋକ କଳା ବିଭାଗ ଓ ପଶ୍ଚିମ ଓଡିଶାରେ ବସବାସ କରୁଥିବା ଦେବଗୁରୁ ସମାଜ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ମିଳିତ ଆନୁକୂଲ୍ୟରେ କଳା ବିଭବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଦେବଗୁରୁ ସମାଜ ସଭାପତି କ୍ଷମା ସାଗର ଦେବଗୁରୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲୋକ କଳା ଏବଂ ଜନଜାତି କଳା ସଂସ୍କାର ଭାରତୀ, ଉତ୍କଳ ପଶ୍ଚିମ ପ୍ରାନ୍ତ ସଂଯୋଜକ ହରେକୃଷ୍ଣ ଭୋଇ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଦେବଗୁରୁ ସମାଜ ଫାଲଗୁନି ଦେବଗୁରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବଗୁରୁ ସମାଜ ଲକ୍ଷ୍ମୀ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ କାହିଁ ଆବାହନ କାଳରୁ ବଞ୍ଚାଇ ଆସିଛନ୍ତି । ଏହି ସମାଜର ବ୍ରହ୍ମବୀଣା ବାଦନ, ଧାନ ଶସ୍ୟରେ ଅନେକ ପ୍ରକାର ହସ୍ତଶିଳ୍ପ ତିଆରି କରିଥାନ୍ତି । ଏହି ବିରଳ କଳାକୁ ଦେଶ ବିଦେଶରେ ପରିଚିତ କରିବା ପାଇଁ ସଂସ୍କାର ଭାରତୀ ସଂଗଠନ ପ୍ରଚାର କରିବ । ସମାଜର କଳା ବିଭବ ଉପରେ ଚର୍ଚ୍ଚା କରାଯାଇଥିଲା । ସମସ୍ତ କଳାକାର ସଂସ୍କାର ଭାରତୀ ସଂଗଠନ ସହିତ ମିଳିତ ଭାବରେ କାର୍ଯ୍ୟକରି ନିଜର ଜାତିଗତ କଳାକୁ ଉତ୍କୃଷ୍ଟ ମଞ୍ଚ କିପରି ପାରିବେ ସେଥିପ୍ରତି ବିଶେଷ ପ୍ରସାର କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ନୃସିଂହ ଦେବଗୁରୁ ପରିଚାଳନା କରିଥିଲେ । ଏଥିରେ କ୍ଷମା ଦେବଗୁରୁ, ମୁରଲୀ ଦେବଗୁରୁ, ଚିତ୍ରସେନ ଦେବଗୁରୁ, ମିନି ଦେବଗୁରୁ, କିଶୋର ଦେବଗୁରୁ, ନବୀନ ଦେବଗୁରୁ, ଗୁପ୍ତେଶ୍ଵର ଦେବଗୁରୁ, ବୁଟି ଦେବଗୁରୁ, କାଳିଆ ଦେବଗୁରୁ, ଅମର ସିଂ ଦେବଗୁରୁ, ଧନିରାମ ଦେବଗୁରୁ, କେତନ ଦେବଗୁରୁ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ଦେବଗୁରୁ ସମାଜର କଳାକାରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.