ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏକ ସମୀକ୍ଷା ବୈଠକ । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଯୋଜନା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନଥିବା ନେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ ନେଇ ଆଜି ଅନେକ ବିଭାଗର ଅଧିକାରୀ ମାନଙ୍କ ଉପରେ କ୍ଷୁବ୍ଧ ହୋଇଥିବା ବେଳେ ଗର୍ଜି ଉଠିଥିଲେ । ଏମିତି କି ଅନେକ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା କହିଛନ୍ତି ମନ୍ତ୍ରୀ । କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଅଭିଯୋଗ ଗୁଡିକର ଉଚିତ ଭାବରେ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ବି ଦେଇଛନ୍ତି । ଆଜିର ଏହି ବୈଠକ ବିଧାନସଭା ନିର୍ଵାଚନ ମଣ୍ଡଳୀ ଉନ୍ନୟନ ପରିଷଦ ମାଧ୍ୟମରେ ହୋଇଥିଲା । ଏହି ବୈଠକରେ ବଲାଙ୍ଗୀର ପ୍ରୋଜେକ୍ଟ ଡାଇରେକ୍ଟର ମହେଶ୍ୱର ସ୍ୱାଇଁ , ବଲାଙ୍ଗୀର ଯୋଜନା ବୋଡ଼ ଅଧିକାରୀ ସୁକାନ୍ତ କୁମାର ଜେନା , ଟିଟିଲାଗଡ ବିଧାୟକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ , ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଥିବା ବେଳେ ଟିଟିଲାଗଡ ବିଧାନସଭାର ତିନିଗୋଟି ବ୍ଲକ ର ବିଡ଼ିଓ, ତହସିଲଦାର, ସିଡିପିଓ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ, ଆର.ଡବ୍ଲୁ.ଏସ.ଏସ. ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀ, ସିଭିଲ ସପ୍ଲାୟ ବିଭାଗ, ଟିଟିଲାଗଡ଼ ପୌର ପରିଷଦ, ତୁଷୁରା ଏନ. ଏ. ସି. ଅଧିକାରୀ ମାନେ ଯୋଗ ଦେଇ ଥିଲେ। ମହାମାରୀ କରୋନା ପରେ ଆୟୋଜିତ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, ପାନୀୟ ଜଳ ଯୋଗାଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସ୍ଵଚ୍ଚ ଭାରତ ମିଶନ ଯୋଜନା ରେ ବ୍ୟାପକ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଉପସ୍ଥିତ ଅଧିକାରୀ ମାନଙ୍କୁ ବେଶ ଚେତାବନୀ ଦେଇ ଏହାର ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ବସୁଧା ଯୋଜନା, ଆମ ଗାଁ ଆମ ବିକାଶ, ଅଙ୍ଗନୱାଡ଼ି କୋଠା ନିର୍ମାଣ, ସହ ଗରିବ ଲୋକଙ୍କୁ ଯାଗା ମିଶନ ମାଧ୍ୟମରେ ଅନେକ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଟିଟିଲାଗଡ଼ ଅଂଚଳରେ ଅଧିକାରୀ ମାନଂକ କାର୍ୟ୍ୟକଳାପ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

error: Content is protected !!