ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକ ଦିନିଆ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କର୍ମଶାଳାରେ ସଂସ୍କୃତି ବୋଧ ପରିଯୋଜନା, ବୈଦିକ ଗଣିତ, ବିଜ୍ଞାନରେ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ପ୍ରୟୋଗ, ପ୍ରକଳ୍ପ, ନିବନ୍ଧ ଆଦି ବିଷୟ କିପରି ଶିଶୁମାନେ କରିବେ ଆଲୋଚନା କରାଯାଇଥିଲା । ସଂସ୍କୃତି ବୋଧ ପରିଯୋଜନା ଫୁଲବାଣୀ ବିଭାଗ ପ୍ରମୁଖ ତଥା ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଧଳ କର୍ମଶାଳା ପରିଚାଳନା କରିବା ସହ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଏଥିରେ ବାଲିଗୁଡା, ରାଇକିଆ, ଦାରିଙ୍ଗବାଡ଼ି, ତୁମୁଡିବନ୍ଧ, ସାରଙ୍ଗଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଚିଶରୁ ଅଧିକ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଏହି ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୨୧ରେ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.