ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଓ ଟିଟିଲାଗଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧିର ମିଳିତ ଉଦ୍ୟମରେ ବ୍ଲକର ଲଖନା ପଞ୍ଚାୟତ ଫୁଣ୍ଡେଲପଦର, ମଖାପାଲି ଓ ବିଜଘାଟ ୩ଟି ଗ୍ରାମର ୨୦ଟି ନଳକୂଅକୁ ବ୍ଲିଚିଂ ପାଉଡର ପକାଇ ବିଶୁଦ୍ଧ କରାଯାଇଛି । ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନ୍ଦୀପ ଜୋଜୋ, ଡୋଳାମଣି ପୁଟେଲ, ନିଧି ଅନୁଷ୍ଠାନର ରେବତୀ ମହାକୁର ଓ ତପନ କୁମାର ହଂସଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗାଁରେ ସମସ୍ତେ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରି ବର୍ଷା ଦିନରେ ଜଳବାହିତ ରୋଗରୁ କିପରି ମୁକ୍ତି ପାଇ ପାରିବେ, ସର୍ବଦା ସମସ୍ତେ ସ୍ୱଚ୍ଛ, ନିର୍ମଳ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ, ଯୁବକ ତଥା ମହିଳାମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସମସ୍ତ ଗ୍ରାମକୁ ଏହି ସଚେତନତା କାର୍ଯ୍ୟୃକ୍ରମରେ ସାମିଲ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.