om academy

ଇଲୁମିନାଟି ଇଣ୍ଡିଆ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମଶାରୀ ଏବଂ ଜରୁରୀ ଆସବାବପତ୍ର ବଣ୍ଟନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଇଲୁମିନାଟି ଇଣ୍ଡିଆ ତରଫରୁ ସେକ୍ଟର ୧୬ଠାରେ ଥିବା ଶ୍ରଦ୍ଧା ଅନୁଷ୍ଠାନରେ ମଶାରୀ ଏବଂ ବିଭିନ୍ନ ଜରୁରୀ ଥିବା ସାମଗ୍ରୀଗୁଡ଼ିକ ବଣ୍ଟନ କରାଯାଇଛି । ଏହାସହିତ ଶ୍ରଦ୍ଧା ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହିତ ସମୟ ଅତିବାହିତ କରିବା ସହ ସେମାନଙ୍କ ଲାଗି ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । ସୌମ୍ୟ ସେନାପତି, ବିଶ୍ୱଜିତ ରାଉତ୍, ରଶ୍ମିତା ପାଇକରାୟ, କସକ ସାହା, ଶାଶ୍ଵତ ଅମାତ, ଜୟନ୍ତ ଖାଲଖୋ, ଅରୁଣା ସେନାପତି, ସଞ୍ଜୁଲତା ପାଇକରାୟ, ଇସାନ ଶର୍ମା ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.