ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ନିମାଇଁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସାରତ୍ୱତ ଉତ୍ସବରେ ସଭାପତିତ୍ୱ କରିଥିଲେ ଦାଶରଥି ମହାନ୍ତି । ମହନ୍ତ ବୃନ୍ଦାବନ ଦାସ ଉଦ୍‌ଘାଟନ କରିଥିବା ବେଳେ ସାମ୍ବାଦିକ ଦିଲ୍ଲିପ ଧାଉଡିଆ, ଶିକ୍ଷାବିତ୍ ରତ୍ନାକର ଜେନା, ସମାଜସେବୀ ନିଳାଦ୍ରୀ ଜଗଦେବ, ବାବା ନରେନ୍ଦ୍ରାନନ୍ଦ ନାଥ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ଉପରେ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ପ୍ରମିଳା ପଟ୍ଟନାୟକ, ମନ୍ଦାକିନୀ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ଗୀତାରାଣୀ ରଣଜିତ୍‌, କୃପାନିଧି ପ୍ରଧାନ, ରୋହିତ ଚମ୍ପତି, ଶୁଭମଜିତ୍‌ ଧାଉଡିଆ, ବସନ୍ତ କୁମାର ସାହୁ ଆଦି ପ୍ରାୟ ଷାଠିଏ ଜଣରୁ ଅଧିକ କବି କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ୫ ଜଣ କବୟିତ୍ରୀଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କବି କବୟିତ୍ରୀମାନଙ୍କୁ ସମ୍ମାନ ପତ୍ର ଦ୍ୱାରା ସମ୍ବୋଧିତ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ମାନସ ରଞ୍ଜନ ପଟ୍ଟନାୟକ ଓ ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ କବିତା ସମୀକ୍ଷା କରିଥିଲେ ସମ୍ପଦ କୁମାର ବେହେରା । ପ୍ରଣବ କିଶୋର ପଟ୍ଟନାୟକ ଓ ପ୍ରସନ୍ନ କୁମାର ପଟ୍ଟନାୟକ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ଉପସଭାପତି ବିଶ୍ୱ ରଂଜନ ମହାନ୍ତି ।

Leave A Reply

Your email address will not be published.