ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସ୍ଥିତ ସେବା ସମବାୟ ସମିତି ଆନୁକୂଲ୍ୟରେ ଓ ନାବାର୍ଡ ସହାୟତାରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନ କର୍ମଶାଳା ଜଗଦଳପୁର ଧାନମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ମନୋଜ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଏସଡିସିସି ବ୍ୟାଙ୍କର ଶାଖା ପରିଚାଳକ ଅମୀୟ କାନ୍ତ ରଥ, ମୁଖ୍ୟ ବକ୍ତା ଭାବେ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଗୌରାଙ୍ଗ ଚରଣ ମହାରଣା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସମବାୟ ସମିତି ସଭାପତି ନନ୍ଦଲାଲ ମହାପାତ୍ର, ଜଗଦଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଗୋପବନ୍ଧୁ ସାହୁ, ମାଧବୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜଗଦଳପୁର, କୁମୀର, ଚଣ୍ଡୀଭଟା, ଲଉଡ଼ିଦରହା ପଞ୍ଚାୟତର ଚାଷୀମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଷୀଙ୍କ ବିକାଶ ତଥା ଉନ୍ନତି ପାଇଁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇ ଚାଷୀମାନେ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ ଏସଡିସିସି ବ୍ୟାଙ୍କ ପରିଚାଳକ ଶ୍ରୀ ରଥ । ସମ୍ପାଦକ ରାଧେଶ୍ୟାମ ଖର୍ଷେଲ ଆୟ ବ୍ୟୟ ତଥା ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ନିର୍ଦ୍ଦେଶକ ଅଶୋକ ପଧାନ, ଧର୍ମରାଜ ପୋଢ଼, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ସାହୁ, ପ୍ରେମ ଭୋଇ, ଚକ୍ର ଜଗତ ଚାଷୀ ପ୍ରତିନିଧି ଗୟାଧର ପଟେଲ, ବିବେକାନନ୍ଦ ପଟେଲ, ଗଜାନନ୍ଦ ସାହୁ, ରାହୁଲଦେବ ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମବାୟ ସମିତିର କର୍ମଚାରୀ କମ୍ପ୍ୟୁଟର ଅପରେଟର ଗୋବର୍ଦ୍ଧନ ସାହୁ (ନବୀନ), ଦେବରାଜ ସାହୁ, ଅଶ୍ୱିନୀ ଦାଶ, ଝସକେତନ ସାହୁ, ଭୂପେନ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post