oom

କାଉନସିଲର ବୈଠକ ଅନୁଷ୍ଠିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କନଫରେନ୍ସ ହଲ୍‌ରେ ବୁଧବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି ଓ ଏନ୍‌ଏସି ଇଓ ଅବିନାଶ ମିଶ୍ର ମଞ୍ଚାସୀନ ହୋଇଥିଲେ । ବିଧାୟକ ପ୍ରତିନିଧି ତଥା ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏକାଉଟାଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ କରାଯିବା ସହ ମୁକ୍ତା ଯୋଜନାର ଅଧିକାରୀ ଚିନ୍ମୟୀ ପୃଷ୍ଟି ସହରର ବିଭିନ୍ନ ୱାର୍ଡରେ ୨୫ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ ୧ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ତାହାକୁ ଜିଲ୍ଲାପାଳ ଅନୁମୋଦନ କରିଥିବା ସୂଚନା ଦିଆଯାଇଛି । ଏଥିସହ ବିଭିନ୍ନ ସାହିର ସଂଯୋଗ ଫେଂବର ରୋଡ଼, ପୋଖରୀର ପୁନଃ ଉଦ୍ଧାର, ରାସ୍ତାଘାଟ, ସହର ସୌନ୍ଦର୍ଯ୍ୟକରଣ ଆଦି ଉପରେ ଆଲୋଚନା ହୋଇଥିଲା । ଏଥିରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ସିଓ ସ୍ୱପ୍ନାରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ, ଏନଏସି କର୍ମଚାରୀ କମଳାକାନ୍ତ ଦାସ, ସାନିଟେସନ ଏକ୍ସପଟ ସୁମିତ କୁମାର ବେହେରା, ସମସ୍ତେ ୱାର୍ଡ କାଉନସିଲରମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.