oom

ଆଞ୍ଚଳିକ ଲୋକ କଳା ଉତ୍ସବ ଓ ପ୍ରତିଧ୍ୱନି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

jsmm

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଆଞ୍ଚଳିକ ଲୋକ କଳା ଉତ୍ସବ ଓ ପ୍ରତିଧ୍ୱନି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ରାଜ୍ୟ ସଭା ସାଂସଦ ମୁନା ଖାଁ, ବିଜେଡି ଜିଲ୍ଲା ସଭାପତି ବିଭୂତି ଭୂଷଣ ବଲବନ୍ତରାୟ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ଚରଣ ବେହେରା, ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଗୁରୁ ନରେନ୍ଦ୍ର କୁମାର ରାଜଗୁରୁ, ଅନୁଷ୍ଠାନ ସମ୍ପାଦକ ଗୋପବନ୍ଧୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ଅନୁଷ୍ଠାନ ପୁରୁଣା ଲୋକ କଳା ଉତ୍ସବକୁ ବଞ୍ଚେଇ ରଖିବା ଓ ବିଭିନ୍ନ ପ୍ରତିଭା ଧାରୀଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛି ତାହା ବାସ୍ତବିକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ଆଗାମୀ ବର୍ଷରେ କିଭଳି ଏହି ମହୋତ୍ସବ ୧୦ ଦିନ ଧରି ହୋଇପାରିବ ସେଥିପାଇଁ ସହଯୋଗ କରାଯିବ ବୋଲି କହିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ବିଭିନ୍ନ ପ୍ରତିଭା ଧାରୀ ଯଥା ଆଞ୍ଚଳିକସ୍ତରୀୟ ଲୋକ କଳାକାର, ଗୀତିକାର, ବାଦ୍ୟକାର, ସମାଜସେବୀ, ନାଟ୍ୟ ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ, ସଂଗୀତଜ୍ଞ ଆଦି ପ୍ରତିଭାଙ୍କୁ ପ୍ରତିଧ୍ୱନି ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ସେହିପରି ଏହି କାର୍ଯ୍ୟକ୍ରମକୁ ପରିଚାଳନା ସହଯୋଗ କରିଥିଲେ ଖୋର୍ଦ୍ଧା ନୂତୟନ ବାଲାଜି ସପିଂ ମହଲ ଓ ପ୍ରତିଧ୍ୱନି କଳା ସଂସଦର ସଭ୍ୟ ଗଦାଧର ପାତ୍ର, ସ୍ୱାପନେଶ୍ୱର ପାଇକରାୟ, ଶାନ୍ତନୁ ବେହେରା, ପ୍ରଦୀପ ସାମନ୍ତରାୟ, ରମେଶ ଚନ୍ଦ୍ର ବେହେରା, ସଭ୍ୟ ଓ ସଭ୍ୟା । ଏଭଳି ଏକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା ।

jittmm
Leave A Reply

Your email address will not be published.