ବାଗଦୋର ଗ୍ରାମ ପଞ୍ଚାୟତରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ବାଗଦୋର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଓ ସମ୍ବଲପୁର ନେତ୍ରାଳୟର ମିଳିତ ଉଦ୍ୟମରେ ଆଜି ୬୯ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪୧ ଜଣଙ୍କୁ ଚିହ୍ନଟ କରି ତାଙ୍କୁ ମାଗଣାରେ ମୋତିଆ ବିନ୍ଦୁ ଅପରେସନ ପାଇଁ ଆସନ୍ତାକାଲି ସମୟ ସକାଳ ୧୦ଟାରେ ବସ୍‌ ଯୋଗେ ସମସ୍ତ ଚିହ୍ନଟ ହୋଇଥିବା ଲୋକଙ୍କୁ ସମ୍ବଲପୁର ପଠାଇ ମୋତିଆ ବିନ୍ଦୁ ଅପରେସନ କରାହେବ ବୋଲି ସରପଞ୍ଚ ଶ୍ରୀ ବେହେରା କହିଛନ୍ତି । ଚିହ୍ନଟ ହୋଇଥିବା ଲୋକେ ଖୁସି ଅନୁଭବ କରିବା ସହ ସରପଞ୍ଚ ଶ୍ରୀ ବେହେରାଙ୍କ ଏପରି ମହତ୍ ଉଦ୍ୟମକୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.