oum

ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରାହ୍ମଣ ସମାଜ, ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ ସମାଜର ନିଜସ୍ୱ କଲ୍ୟାଣ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପୂଜା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୯ ଜଣ ବଟୁଙ୍କୁ ଉପବୀତ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହୋଇଥିବା ବ୍ରତରେ ସମାଜର ଅନେକ ସଭ୍ୟସଭ୍ୟା ଅଂଶଗ୍ରହଣ କରି ବଟୁମାନଙ୍କୁ ଆଶୀର୍ବାଦ ତଥା ଭିକ୍ଷା ଦେଇଥିଲେ । ଗାଇସିଲେଟ, ପାଇକମାଲ, କନସିଂହା, ଟାଲ ତଥା ଆଖପାଖ ଅଂଚଳରୁ ବ୍ରାହ୍ମଣ ସମାଜର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଏ ଅବସରରେ ସଚ୍ଚିଦାନନ୍ଦ ପାଣିଗ୍ରାହୀ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଦେଢ଼ ଲକ୍ଷ୍ୟ ଟଙ୍କା ଦାନ କରିଥିଲେ । ମେଜର ଡୋଳାମଣୀ ପୁରୋହିତ ତାଙ୍କ ସ୍ୱର୍ଗତା ମାତାଙ୍କ ସ୍ମୃତିରେ ନିର୍ମିତ ରୋଷଘରକୁ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ । ପରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ । ବ୍ରାହ୍ମଣ ସମାଜ, ଗାୟତ୍ରୀ ବାହିନୀ ଓ ପର୍ଶୁରାମ ବାହିନୀର ସଭ୍ୟସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିଲା ।

Leave A Reply

Your email address will not be published.