ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଠାରେ ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଦ୍ମପୁର ଦୁଗ୍ଧ ମାର୍ଗ ପରିଦର୍ଶକ ପଦ୍ମଲୋଚନ ପ୍ରଧାନ ଯୋଗ ଦେଇଥିଲେ । ଗଣ୍ଡରାମ ଚୌହାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଦୁଗ୍ଧ ସମବାୟ ସମିତିର ନିୟମ ଅନୁସାରେ ୨୦୨୩/୨୪ର ସଭାପତି, ଉପ ସଭାପତି, ସମ୍ପାଦକ ଓ ଅନ୍ୟ ମେମ୍ବରମାନଙ୍କର ଚୟନ ପ୍ରକିୟା କରାଯାଇଥିଲା । ସଭାପତି ଗଣ୍ଡରାମ ଚୌହାନ, ଉପ ସଭାପତି କୁନ୍ତୀ ବିଶାଳ, ସମ୍ପାଦକ ଡମ୍ବରୁଧର ସାହା, ମେମ୍ବର ଭାବେ ଅନନ୍ତ ସାହୁ, ମିନି ସାହୁ, ଦିବ୍ୟକିଶୋର୍ ସିଂ ବରିହା, ସୁବାଷ ଚନ୍ଦ୍ର ପଟେଲ, ମକଧ୍ୱର୍ୟ ସାହୁ, କୃଷ୍ଣ ବେହେରା, ରାମ ଖମାରୀ, ରୁଦ୍ର ସାହା, ଭଲ ଚୌହାନ, ଏକାମ୍ଵର ସାହୁ, ନରସିଂହ ସାହୁଙ୍କୁ ଚୟନ କରାଯାଇଥିଲା । ମୁଖ୍ୟ ଅତିଥି ସମସ୍ତ କର୍ମକର୍ତ୍ତାମାନଙ୍କୁ ସ୍ଵାଗତ କରିଥିଲେ । କେମିତି ଦୁଗ୍ଧ ମାନର ବୃଦ୍ଧି ପାଇବ, ଗାଈମାନଙ୍କୁ କିପରି ଭାବରେ ସେବା କରିବେ, ଖରା ଦିନରେ କିପରି ଭାବରେ ରଖିବେ, କେଉଁ ଭଳି ଗୋମାତାଙ୍କ ଯତ୍ନ ନେବା ଦରକାର ସେ ବିଷୟରେ ବୁଝାଇ କହିଥିଲେ । ଘାସ ଚାଷ ବିଷୟକୁ ଗୁରୁତ୍ୱର ସହ ବୁଝାଇ କହିଥିଲେ, ଯେମିତି ସମସ୍ତେ ଘାସ ଚାଷ ପାଇଁ ଗୁରୁତ୍ୱ ଦେବେ, ଗାଈମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାପାଇଁ କହିଥିଲେ । ତାହା ଆସନ୍ତା ମାସରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଓ ଜମଲା ନିକଟରେ ହେବ । ଚାଷୀମାନେ ସମସ୍ତ ଗାଈମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାକୁ ସମସ୍ତ ଦୁଗ୍ଧ ଚାଷୀ କହିଥିଲେ । ସମସ୍ତଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସଭା ଶେଷରେ ସମବାୟ ସମିତିର ସମ୍ପାଦକ ଡମ୍ବରୁଧର ସାହା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.