om academy

ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କନସିଂହା ଠାରେ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୧ ଜଣ ବଟୁ ବ୍ରତ ହୋଇଥିବା ବେଳେ ତିନି ଦିନ ଧରି ଚାଲିଥିଲା । ପ୍ରଥମ ଦିନରେ କଳସ ଯାତ୍ରା ହୋଇଥିବା ବେଳେ ଆଜି ଉଦ୍‌ଯାପିତ ହୋଇ ପୂର୍ଣ୍ଣାହୁତି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ରତ୍ନାକର ଶତପଥୀ, ବୃନ୍ଦାବନ ଦାସ, ହେମନ୍ତ ଶତପଥୀ, ନାରାୟଣ ଶତପଥୀ, ଛୟକାନ୍ତ ଦାସ, ଆଶିଷ ହୋତା, ଅଶ୍ଵିନୀ ଶତପଥୀ ସହଯୋଗ କରିଥିଲେ ।

Leave A Reply

Your email address will not be published.