ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

  • ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ବଲାଙ୍ଗିର ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲି ଥିବାବେଳେ ଆଜି ଚତୁର୍ଥ ଦିନରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ବଲାଙ୍ଗିର ଓ କଳାହାଣ୍ଡି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୬ ଓଭର୍‌ରେ ୯ ୱିକେଟ୍ ହରାଇ ୨୬୬ ରନ୍‌ କରିଥିଲେ । ଏହାର ଜବାବରେ କଳାହାଣ୍ଡି ଦଳ ୧୩.୫ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ୍‌ କରିବାରେ ସକ୍ଷମ ହୋଇପାରିଥିଲେ । ବଲାଙ୍ଗିର ଦଳର ମୁକେଶ ପଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଅଭିରାମ ରଣା ଯୋଗଦେଇ ଆଜିର ମ୍ୟାଚ୍‌କୁ ଶୁଭାରମ୍ଭର ସଂକେତ ଦେଇ ଖେଳାଳିଙ୍କୁ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ମୋହନଗିରି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ସ୍ମୃତିରଞ୍ଜନ ପରିମାଣିକ, କନ୍ଧମାଳ ଜିଲ୍ଲାର ବିଜେପି ସମ୍ପାଦକ ଦେବେନ୍ଦ୍ର କୁଡେଇ, ଅନୁଷ୍ଠାନର ସଭାପତି ଶୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବରେ ରାଧାକାନ୍ତ ବେହେରା, ଧୀରେନ୍ଦ୍ର ବିଶ୍ୱାଳ ଓ ଜୁବୀନ ଲହଜଲ୍ ପରିଚାଳନା କରିଥିବା ବେଳେ ସତ୍ୟନାରାୟଣ ମହାପାତ୍ର, ଶଙ୍କର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁନିଲ କୁମାର ଭୋଇ, ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ୱରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର, ଭୀଷ୍ମ ମଲ୍ଲିକ, ଚନ୍ଦ୍ରକାନ୍ତ ମାଝୀ, କୁଞ୍ଜ ପ୍ରଧାନୀ, ଦଇତାରୀ ମାଝୀ, ବାପି ସା, ଉତେଶ ଧାରୁଆ, ଶ୍ରୀମନ୍ତ ଧାରୁଆ, ମହଙ୍ଗ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ୨୦ ତାରିଖରେ ସମ୍ବଲପୁର ଓ ଜଗଦଲପୁର ଦଳ ମଧ୍ୟରେ ମ୍ୟାଚ୍ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.