୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ

  • ଓଡ଼ିଶାର ତରୁଣଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର : ଥାଇଲାଣ୍ଡର ଫୁକେଟଠାରେ ୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ୬ ଜଣିଆ ଦଳ ଅଂଶଗ୍ରହଣ କରିଥିଲା । ସିନିୟର ପୁରୁଷ ବିଭାଗରେ ଜଗନ୍ନାଥ ଖୁଣ୍ଟିଆ (୭୫କେଜି), ବିଚିତ୍ର କୁମାର ନାୟକ (୭୦କେଜି) ପୁପୁନ୍‌ ସ୍ୱାଇଁ (ଫିଜିକ୍‌ ସ୍ପୋଟର୍‌ସ) ଏବଂ ତରୁଣ କୁମାର ଚାଟାର୍ଜୀ ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଅଂଶଗ୍ରହଣ କରିଥିଲେ । ସୁମିତ୍ରା ତ୍ରିପାଠୀ ଓ ଉମାଚରଣ ଶତପଥୀ (ଉଭୟେ ଅନ୍ତର୍ଜାତୀୟ ବିଚାରକ) ଅଫିସିଆଲ ଭାବେ ଯୋଗ ଦେଇଥିଲେ । ତରୁଣ ଚାଟାର୍ଜୀ ତାଙ୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ପାଇଛନ୍ତି । ଅନ୍ୟପକ୍ଷରେ ଜଗନ୍ନାଥ ଓ ବିଚିତ୍ର ସେମାନଙ୍କ ବିଭାଗରେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିଲେ । ସୂଚନାଯୋଗ୍ୟ, ତରୁଣ ପୂର୍ବରୁ ଏସିଆନ ବଡ଼ି ବିଲ୍‌ଡିଂ ଚାମ୍ପିୟନସିପ୍‌-୨୦୨୨ରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ଥାଇଲାଣ୍ଡରେ ସଫଳତା ପାଇଁ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ସଂଘର ଉପଦେଷ୍ଟା ମାନସରଞ୍ଜନ ମହାପାତ୍ର, ଏକ୍‌ଜ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ବାବୁଲି ସ୍ୱାଇଁ ଓ ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.