ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ବୈଠକ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସଭାପତିି ପଣ୍ଡିତ ନାମଯଜ୍ଞ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ ତଥା ସଂଯୋଜନା କ୍ରମେ ବିଭିନ୍ନ ସାଂଗଠନିକ ବିଷୟ ତଥା ଆସନ୍ତା ଡିସେମ୍ବର ୫ ତାରିଖ ଦିନ ଗୀତା ଜୟନ୍ତୀ ପାଳନ କରିବା ପାଇଁ ସ୍ଥିରିକୃତ ହୋଇଛି । ସଭାପତିଙ୍କ ମଙ୍ଗଳାଚରଣ ପଠନ ପରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପଠନ କରିଥିଲେ ଏବଂ ନବଧାଭକ୍ତି, ଆଧାର କରି ରାମାୟଣ ବର୍ଣ୍ଣିତ ଶ୍ରୀରାମ- କୈବର୍ତ୍ତ ବୃତ୍ତାନ୍ତ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଶ୍ରୀମଦ ଭଗବତ ଗୀତା ଆଧାରରେ ଜନ୍ମ ମୃତ୍ୟୁ ରହସ୍ୟ ଓ ଅମରତ୍ୱ ପ୍ରାପ୍ତି ତଥା ଯୋଗର ସଂଜ୍ଞା ଓ ଆତ୍ମାର ସ୍ୱରୂପ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଳମଣି ମିଶ୍ର, ରାଜ କିଶୋର ପଣ୍ଡା, କିଶୋର ମୋହନ ମିଶ୍ର, ଟିକେଶ୍ୱର ଗୁରୁ, ମଦନ ମୋହନ ରଥ, ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ଆଲୋଚନାରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଗୀତା ଜୟନ୍ତୀର ସଫଳତା କାମନା କରିଥିଲେ ।
Prev Post
Next Post