- ଶିକ୍ଷା ସାଙ୍ଗକୁ ସଂସ୍କାରିତ ଆଚରଣ ହିଁ ଶିକ୍ଷାର ମୂଳ : ବିଇଓ ଶଙ୍କର ମାଝୀ
ପାଟଣାଗଡ, (ଗୋରେଖନାଥ ବରିହା) : ଶିକ୍ଷା କ୍ଷେତ୍ରରେ ଶିକ୍ଷାର ଅଗ୍ରଗତି ପାଇଁ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅଧୀନରେ ବଳାଙ୍ଗିରରେ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍ଘାଟନି ଉତ୍ସବ ସ୍ୱରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପାଟଣାଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ, ଶିକ୍ଷା ବିକାଶ ସମିତି ଉପସଭାପତି ଡ଼. ପ୍ରଦୀପ କୁମାର ସାହୁ, ଦକ୍ଷିଣ ପଶ୍ଚିମ ସମଭାଗ ସମ୍ପାଦକ ଗଜାଧର ମହାନ୍ତି, ସଂଭାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା, ପ୍ରାନ୍ତନିରକ୍ଷକ ପ୍ରଶ୍ନ କୁମାର ବିଶ୍ୱାଳ, ସହ ପ୍ରମୁଖ ଲୋହିତ ଗଡ଼ତ୍ୟା, ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର, ସହ ନିରୀକ୍ଷକ ମନୋରଞ୍ଜନ କର ଏବଂ ସ୍ଥାନୀୟ ବିଦ୍ୟାଳୟର ସଭାପତି ସାରଙ୍ଗ ଧର ଠାକୁର, ସମ୍ପାଦକ ଡମ୍ବରୁଧର ପାଣିଗ୍ରାହୀ, ପ୍ରଧାନ ଆଚାର୍ଯ୍ୟ ଓଁଙ୍ଗକାରନାଥ ମେହେରଙ୍କ ସହିତ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ୩୬ଟି ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ୭୦ଜଣ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହି ଶିକ୍ଷା ବିକାଶ ପାଇଁ ଓ ବିଭିନ୍ନ ଯୋଜନାର ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।