ଯୁବମୋର୍ଚ୍ଚା ଦ୍ୱାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ରବିବାର ଦିନ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଦେଶ ତଥା ରାଜ୍ୟ ସାରା ବିକାଶ ତୀର୍ଥ ବାଇକ ରାଲି ଅନୁଷ୍ଠିତ ହେଉଛି । ସେହି କ୍ରମରେ ଗତକାଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ତାଙ୍କ ନିଜ ଭଟଲି ନିର୍ବାଚନ ମଣ୍ଡଳୀରେ ଏକ ବାଇକ ରାଲି ଭଟଲି ସ୍ଥିତ ଶ୍ୟାମ ମନ୍ଦିରରୁ ବାହାରି ଗୋପାଳପୁର, ଡବଲଙ୍ଗ, ନୂଆପଲ୍ଲୀ, ଚଡେଇଁ ଗାଁ, ବଉଲସିଙ୍ଘା, ତେଜଗଲା ଓ ରାଇଶୋଭା ଗ୍ରାମରେ ପହଁଞ୍ଚି ଥିଲା । ଏହି ବାଇକ ରାଲି ଗାଁ ଗାଁ ଦେଇ ଗଲା ବାଟେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ମୋଦି ସରକାରଙ୍କ ବିଗତ ୮ ବର୍ଷ ମଧ୍ୟରେ ହୋଇଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯଥା ଷ୍ଟାର୍ଟପ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ମୁଦ୍ରା ଲୋନ, ଖେଲୋ ଇଣ୍ଡିଆ, ମାଗଣା କରୋନା ଟୀକା ବାବଦରେ ଲୋକଙ୍କୁ ଜଣାଇଥିଲେ । ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ବରିଷ୍ଠ ନେତା ସୁରେଶ୍ଵର ଶତପଥି, ସୌରୀ ଚରଣ ବାରିକ, ଡ଼ା ଅରୁପାନନ୍ଦ ସାହୁ, ସୁଶାନ୍ତ ମିଶ୍ର, ଦିବ୍ୟ ଭୋଇ, ଅଚ୍ୟୁତ ବୁଦ୍ଧିଆ,ନିତ୍ୟାନନ୍ଦ ମହାପାତ୍ର, ପ୍ରତାପ ପଧାନ, ଯୁଧିଷ୍ଠିର ମେହେର, ଦେବେଶ ଶତପଥି, ଅବଦୁଲ ଫାରୁକ ଖାଁ, ଗୋପାଳ ନାୟକ, ବିର ମେହେର, ବ୍ରଜ ନାୟକ, ରୂପେଶ ସାହୁ, ଓଁ ପ୍ରକାଶ ଭୋଇ, ପ୍ରହଲ୍ଲାଦ ଖମାରୀ, ଶ୍ରୀ ଚରଣ ଦେହେରି, ମନୋ ରଂଜନ ସାହୁ, ନିରଞ୍ଜନ ସାହୁ, ମାଧବ ଚରଣ ପଧାନ, ଦୁଷ୍ମନ୍ତ ବାରିକ, ରୁବୁଲ ନନ୍ଦ, ସାହିଲ ପଧାନ, ରାଜୁ ସାହୁ, ମିଳୁ ମଟାରୀ, ପୁଷ୍ପବନ୍ତ ମଲ୍ଲିକ, ଲେଳୀନ ମହାପାତ୍ର, ସରୋଜ ଖମାରୀ, ବୁଧରାମ ବାରିକ ପ୍ରମୁଖ ଶତାଧିକ କାର୍ଯ୍ୟକତ୍‌ତ୍ତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.