centurian jitm

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେରମେଲି ଗ୍ରାମ ସ୍ଥିତ ମା’ ମାହେଶ୍ୱରୀଙ୍କ ଡାଲତଳ ପ୍ରାଙ୍ଗଣରେ ଟିକେଶ୍ୱର କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ତୀର୍ଥ ପଧାନଙ୍କ ମଂଚ ପରିଚାଳନା ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବଲାଙ୍ଗିର ଜିଲ୍ଲାର ଡୁମାଲ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସଚେତନତା, ଜାଗରଣ, ମନ୍ଥନ, ଯୋଗାଯୋଗ, ଗୁରୁ ଆଶୀର୍ବାଦ, ପିତାମାତାଙ୍କ ଚରଣ ବନ୍ଦନା ଇତ୍ୟାଦି କାର୍ଯ୍ୟକ୍ରମର ତତ୍ତ୍ୱାବଧାରକ ତଥା ପ୍ରମୁଖ ଜଗନ୍ନାଥ କରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନିତ ଅତିଥି ଭାବେ ପ୍ରକାଶ ମେର୍ଲି, ରମାକାନ୍ତ ପଧାନ, ଇନ୍ଦୁଭୂଷଣ ଡାଙ୍ଗ, ଈଶ୍ୱର କରନ, ବରୁଣ ବଘାର, ଗୁରୁଦେବ କର୍ମୀ, ବ୍ୟାସଦେବ ଦେହୁରୀ, ଶମ୍ଭୁ ମହାକୁର, ଶୀତଳ ଅମାତ, ଜୟସିଂ ଖମାରୀ, ସନାତନ ବଘାର, ଗୁପ୍ତେଶ୍ୱର ପାତ୍ର, ରାମଚନ୍ଦ୍ର ପଧାନ, ଗଙ୍ଗାଧର କର୍ମୀ, ରାଜକୁମାର ପଧାନ, ଶେଷଦେବ କର୍ମୀ, ଅଭି ପଧାନ ପ୍ରମୁଖ ମଂଚାସୀନ ହୋଇ ଡୁମାଲ ସମାଜ କିପରି ଶିକ୍ଷାଗତ, ସାମାଜିତ, ଆର୍ଥିକ, କୃଷି, ବ୍ୟବସାୟିକ ତଥା ସର୍ବାଙ୍ଗୀନ ବିକାଶ ହୋଇ ପାରିବ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ସଭାରେ ମତାମତ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଯୁବ ସମାଜସେବୀ ପୁରୁଷୋତ୍ତମ କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ମନମୋହନ କର୍ମୀ, ଗୋପବନ୍ଧୁ କର୍ମୀ, ସୁନା ପଧାନ, ଟଙ୍କଧର ପାତ୍ର, ସନ୍ୟାସୀ ପଧାମ, ସୁରେନ୍ଦ୍ର ପଧାନ, ଇନ୍ଦ୍ରମଣି ପଧାନ, ଜଳନ୍ଧର ପଧାନ, ଗୁଣ୍ଡୁ ପଧାନ, ରମେଶ କର୍ମୀ, ଦୟାନିଧି ପଧାନ, ଅଖିଳ ପଧାନ, ଫଗୁନୁ କର୍ମୀ, ନବୀନ କର୍ମୀ, ନନ୍ଦୀ କିଶୋର ପାତ୍ର, ବେଣୁଧର ଗଡୁଆ, ଟଙ୍କଧର ପାତ୍ର, ଅଜିତ କର୍ମୀ, ରାମ ପଧାନ, ଦୁର୍ଯ୍ୟୋଧନ କର୍ମୀ, ଢେକଲ ପଧାନ, ଅର୍ଜୁନ ପଧାନ, ସିଦ୍ଧେଶ୍ୱର କର୍ମୀ, ବୀଣା ପଧାନ, ଘନଶ୍ୟାମ ଡାଙ୍ଗ, ଇହଦେବ ପଧାନ, ମୁରଲୀ କର୍ମୀ, ପବିତ୍ର ପଧାନ, କୁଲ କର୍ମୀ, ବଳରାମ ପଧାନ, ଘାସି କ୍ଷେତି, ଯେହେରୁ ମହାକୁର, ବିଜୟ ପଧାନ, ଅନିରୁଦ୍ଧ ପଧାନ, ଭରତ ଦନ୍ତା, ପରମେଶ୍ୱର ପଧାନ ପ୍ରମୁଖ ତଥା କର୍ଲାଟିଟା, ବରପିଟା, ଢୁଲୁସର ଇତ୍ୟାଦି ଗ୍ରାମରୁ ବହୁ ସଂଖ୍ୟାରେ ଯୋଗ ଦେବା ସହିତ ପ୍ରାୟ ପାଞ୍ଚ ସହରୁ ଅଧିକ ମହିଳାମାନେ ଉପସ୍ଥିତ ରହି ପ୍ରତିବର୍ଷ ଏପରି ସମାଜ ସୁଧାରକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ତୀର୍ଥ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ ।

Leave A Reply

Your email address will not be published.