oom

ଭୂମିକା ପକ୍ଷରୁ ବିଷୁବୋତ୍ସବ-୨୦୨୩ ଅନୁଷ୍ଠିତ

jsmm
  • ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜିଙ୍କୁ ‘ଭୂମିକା ସମ୍ମାନ’
  • କବି ଓ ସାହିତ୍ୟିକର ଅନ୍ତଦୃଷ୍ଟିରୁ ହିଁ ସମାଜିକ ସ୍ଥିତିର ଲେଖା ବାହାରିଥାଏ : ଶ୍ରୀକାନ୍ତ ଚାଟାର୍ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଓ ସାହିତ୍ୟିକମାନେ ଅତି ନିକଟରୁ ସୂକ୍ଷ୍ମ ଦୃଷ୍ଟିରେ ସମାଜକୁ ପରଖିଥାନ୍ତି । ତେଣୁ ତାଙ୍କର ଅନ୍ତଦୃଷ୍ଟିରୁ ହିଁ ସାମାଜିକ ସ୍ଥିତିର ଲେଖା ବାହାରିଥାଏ । ତେଣୁ ସମାଜରେ କବି, ଲେଖକ, ଔପନ୍ୟାସିକମାନଙ୍କର ଯଥେଷ୍ଟ ଭୂମିକା ରହିଥାଏ । ଚିନ୍ତାଶୀଳ ବ୍ୟକ୍ତି ହିଁ ସମାଜକୁ ପରିବର୍ତ୍ତନ କରାଇପାରେ ବୋଲି ବଲାଙ୍ଗିର ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଆୟୋଜିତ ବିଷୁବୋତ୍ସବ-୨୦୨୩ରେ ଅତିଥି ଭାବରେ ଯୋଗଦେଇ ଅବସରପ୍ରାପ୍ତ ଆୟକର କମିଶନର ତଥା ସ୍ତମ୍ଭକାର, ବାଗ୍ମୀ ଶ୍ରୀକାନ୍ତ ଚାଟାର୍ଜି ମତବ୍ୟକ୍ତ କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ପାଠକମାନେ ଏକାଧାରରେ ଜଣେ ଜଣେ ପୁସ୍ତକପ୍ରମୀ ଓ ସମାଲୋଚକ ହେଲେ ସାହିତ୍ୟ ସମୃଦ୍ଧ ହେବ ବୋଲି ବୋଲି ମଧ୍ୟ ଶ୍ରୀ ଚାଟାର୍ଜି ମତ ଦେଇଥିଲେ । ଭୂମିକାର ସଭାପତି ଚିତ୍ତରଂଜ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଷୁବୋତ୍ସବ କାର୍ଯ୍ୟକ୍ରମରେ ଜୀବନବ୍ୟାପି ସାହିତ୍ୟ ସାଧନା ପାଇଁ ଶ୍ରୀକାନ୍ତ ଚାଟାର୍ଜିଙ୍କୁ ଭୂମିକା ସମ୍ମାନ ପ୍ରଦାନ କରାଯାଇଥିଲା । ସଭା ପରେ କବି ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଛନ୍ଦାଚରଣ ସ୍ମରଣେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋହିତ ଦାସ, ଡା. ମଞ୍ଜୁବାଳା ପଣ୍ଡା, ଡ. ପ୍ରହଲ୍ଲାଦ ଶତପଥି, ଡ. ଅଶୋକ ମହାପାତ୍ର, ଦେବଦାସ ଖଟେଇ, ରମାକାନ୍ତ ନାଏକ, ଅବକାଶ ପଧାନ, ଜିନାତମନ ଦର୍ଜି, ସବିତା ମାହାରା, ବିଜୟ କୁମାର ତ୍ରିପାଠୀ ପ୍ରମୁଖ କବିତା ଓ ଗଳ୍ପ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୁସୂଦନ ପତିଙ୍କ ସହ ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଭୂମିକାର ମହେନ୍ଦ୍ର ମଲ୍ଲିକ, ବୀରେନ୍ଦ୍ର ବନଛୋର, ନୟନ ମହାନ୍ତି, ଧର୍ମେନ୍ଦ୍ର ନନ୍ଦ, ଅଶୋକ ଦାସ, ପ୍ରିୟରଂଜନ ବହିଦାର, ନିଗମାନନ୍ଦ ନାଥ, ଅଖିଳଚନ୍ଦ୍ର ହୋତା, ବ୍ୟାସଦେବ ନନ୍ଦ, ଜିତେନ୍ଦ୍ର ତ୍ରିପାଠୀ, ଅର୍ଜୁନ ସାହୁ, ସୋମ ନାଏକ, ଗୋପାଳ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.