centurian jitm

ମଲକାସଡା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

nschool

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ମଲକାସଡା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଟଙ୍ଗଜୋର୍‌ ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ୧୦୮ କଳସ ଆଣି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେବ ବୋଲି ଜଣାପଡ଼ିଛି । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଦୈତାରି ଛତ୍ରିଆ ଓ ତାଙ୍କ ସହଧର୍ମିଣୀ ବିନୋଦିନି ଛତ୍ରିଆ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ କିଶୋର ପଣ୍ଡା ଦାୟିତ୍ୱ ତୁଳାଇ ଥିଲେ । ଏହି ନାମଯଜ୍ଞରେ ବରକାନି, ଠେମରା, କନ୍ଦାଖାଲ, ପତ୍ରାପାଲି, ସୁକୁନାଭଟା, ଚଭଲସର, ମଖାପାଲି, ମାକ୍ରିପଡା ପ୍ରମୁଖ ସଂକୀର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରି ପ୍ରଭୁଙ୍କ ନାମ ଗାନ କରିଥିଲେ । ଏହି ଭକ୍ତିମୟ ପରିବେଶରେ ବିଭିନ୍ନ ସ୍ଥାନରୁ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ ଯୋଗ ଦେଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଗ୍ରାମବାସୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମଧ୍ୟ ମୁତୟନ ଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁମାନେ ଆସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.