jayashree

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଓ ଉତ୍ସବ ପ୍ରମୁଖ ଚୈତନ୍ୟ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଦୀପ କୁମାର ସାହୁ (ଉପସଭାପତି ଶିକ୍ଷା ବିକାଶ ସମିତି, ଓଡିଶା) ପ୍ରମୁଖ ଯୋଗଦେଇ ଶିଶୁର ସର୍ବାଙ୍ଗୀନ ବିକାଶ ପ୍ରତି ଧ୍ୟାନ ଦେଇ ଭଲ ମଣିଷଟିଏ ଗଢ଼ି ତୋଳିବାକୁ ମାତା ପିତାଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଜନକଲାଲ ମେହେର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ପୃଥିରାଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମସ୍ତ ଅତିଥିମାନଙ୍କ କରକମଳରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ଅରୁଣ ଉନ୍ମୋଚିତ ହୋଇଥିଲା । ଡ଼. ବାଞ୍ଛାନିଧି ପଣ୍ଡା, ଶିରିଶ ବହିଦାର, ଅନୀଲ ମୋଦୀ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ରାମକ୍ରିଷ୍ଣ ଦାସ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ଓ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଚୈତନ୍ୟ ଭୋଇ ଗୁରୁଜୀ ଓ କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିବା ବେଳେ ଜୟକୁମାର ଭୁଏ ସହସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଭଉଣୀମାନଙ୍କ ଓଡ଼ିଶୀ ନୃତ୍ୟ, ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୧ ଗୋଟି ନୃତ୍ୟ, ଝିଅମାନଙ୍କ ଉପରେ କଥାବସ୍ତୁ ନେଇ ପରିବେଷଣ ପରୀ ନୃତ୍ୟ ଓ ଯୋଗାସନ, କେଶରଂଜନ ପଧାନଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ଗାନ୍ଧୀ ଛକ ଦର୍ଶକମାନଙ୍କ ହୃଦୟସ୍ପର୍ଶୀ ହୋଇଥିଲା । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ବସନ୍ତ ସାହୁ, ରମେଶ ଗୁର୍ଲା, ଦୟାସାଗର ଧରୁଆ, ଜୁବଲି ପଣ୍ଡା, ରାଶେଶ୍ୱରୀ ପାଣିଗ୍ରାହୀ, ସୌରେନ୍ଦୀ ସାହୁ ପ୍ରମୁଖ ନିର୍ଦ୍ଦେଶନା ଦେଇଥିଲେ । ମାତୃ ଭାରତୀର ସଦସ୍ୟାବୃନ୍ଦ, ପରିଚାଳନା କମିଟି ସଦସ୍ୟ, ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.