ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ସିଟି ତରଫରୁ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୫ ଗୋଲଘର ସ୍ଥିତ ବିଶ୍ୱଭାରତୀ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ରୋଟାରୀଆନ ଆନାବେଲ ଡିସୌଜା ସ୍ୱାଗତ ଭାଷଣ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରୋଟାରୀଆନ ଡାକ୍ତର କୁନାଲ ବର୍ମା ପ୍ରାୟ ୫୦ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ଆଖିରେ ଔଷଧ ପକାଇବା ସହ ଚକ୍ଷୁକୁ କିପରି ସୁରକ୍ଷିତ ରଖା ଯାଇପାରିବ ସେ ସଂପର୍କରେ ବୁଝାଇଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ପଣ୍ଡୁଆ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରୀଆନ ଡ. ଅଞ୍ଜନା ମୈତ୍ର, ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା, ସୁଚିସ୍ମିତା ବିଶ୍ୱାସ, ଦିଲ୍ଲୀପ କୁମାର ଭୁଇ, ରାଜେନ୍ଦ୍ର ପ୍ରସାଦ, କୁମାର ବେହେରା, ଗୌରୀ ନାଗ, କାବେରୀ ବାନାର୍ଜୀ, ପି କେ ପତି, ଟୁନି ଦେବୀ, ଲଳିତା ମୁଦୁଲି ଓ ବିଦ୍ୟା ମନ୍ଦିରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।