oum

ସାର୍ବଜନୀନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଳନ କମିଟିର ସାମ୍ବାଦିକ ସମ୍ମିଳନୀ : ଦ୍ଵିତୀୟ ବର୍ଷ ମଧ୍ୟ ସଫଳତାର ସହ ପାଳନ କରିବା ପାଇଁ ଭକ୍ତମାନଙ୍କୁ ଅନୁରୋଧ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଜୁନ ୧୦ ତାରିଖ ଦିନ ପଦ୍ମପୁର ଠାରେ ବାବା ସ୍ଵପ୍ନେଶ୍ଵର ଭୋଳା ଶଙ୍କରଙ୍କ ଏବଂ ଜଗତ ଜନନୀ ମାଁ ପାର୍ବତୀଙ୍କ ପବିତ୍ର ପୂଜ୍ୟ ବିବାହ ଉତ୍ସବକୁ ଆଡମ୍ବର ଉଲ୍ଲାସର ସହିତ ପାଳନ କରିବା ପାଇଁ ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ପଦ୍ମପୁର ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବା ବେଳେ ଆଜି କମିଟି ତରଫରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ କଣ୍ଟାବନ୍ଧ ସ୍ଥିତ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ଦେଇଥିଲେ କମିଟିର ସଭାପତି ପ୍ରିତମ କୁମାର ମେହେର । ସେହିପରି ଗତ ବର୍ଷର ବିସ୍ତୃତ ସୂଚନା ବିଷୟରେ କମିଟିର ସମ୍ପାଦକ ବିଜୟ କୁମାର ସାହୁ ପଠନ କରିଥିଲେ । କମିଟିର ବରିଷ୍ଠ ସଦସ୍ୟ ପୂର୍ଣଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହ ପରିଚୟ ପ୍ରଦାନ କରିଥିଲେ। ତେବେ ଚଳିତ ବର୍ଷ ମହାପ୍ରଭୁ ସ୍ଵପ୍ନେଶ୍ଵର ମହାଦେବଙ୍କ ବିବାହ ଉତ୍ସବ ପାଇଁ ବାବାଙ୍କ ପିତାମାତା ଭାବରେ ଯୋଗେଶ କୁମାର ସାହୁ ଓ ଶ୍ରୀମତୀ ସୁନିତା ସାହୁ ସୌଭାଗ୍ୟ ଲାଭ କରିଥିବା ବେଳେ ମାତା ପାର୍ବତୀଙ୍କ ପିତାମାତା ଭାବରେ ଅଶୋକ କୁମାର ଦାନୀ ଓ ଶ୍ରୀମତୀ ମନସିନୀ ଦାନୀ ଆଶୀର୍ବାଦ ଲାଭ କରିଛନ୍ତି । ଆସନ୍ତା ଜୁନ ୭ ତାରିଖ ଶୁକ୍ରିବାର ଦିନ ଜଗତ ଜନନୀ ମାତା ପାର୍ବତୀଙ୍କ କନ୍ୟା ମାତାପିତାଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ, ୮ ତାରିଖ ଶନିବାର ଦିନ ସପ୍ତଋଷିଙ୍କ ସହ କନ୍ୟା ମାତାପିତାଙ୍କ ଘରେ ପତର ପେଣ୍ଡି ଉତ୍ସବ ଅନୁଷ୍ଠିତ ହେବ । ୯ ତାରିଖ ରବିବାର ଦିନ ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ଉତ୍ସବ ଥିବା ବେଳେ ୧୦ ତାରିଖ ରବିବାର ଦିନ ମନ୍ଦିର ପ୍ରାଙ୍ଗଣରେ ବାବା ସ୍ଵପ୍ନେଶ୍ଵର ମହାଦେବଙ୍କ ରୁଦ୍ରାଭିଷେକ ହରିଦ୍ରାବାସ ପରେ ସନ୍ଧ୍ୟା ସମୟରେ ସଂକୀର୍ତନ୍ୟ, କର୍ମା, ସମ୍ପର୍ଦା, ଘଣ୍ଟାବାଦ୍ୟ, ଦୁଲଦୁଲି ସହ ବ୍ରାହ୍ମଣଙ୍କ ଶୁଭ ମଙ୍ଗଳ ମନ୍ତ୍ର ଉଚ୍ଚାରଣରେ କନ୍ୟା ମାତାପିତାଙ୍କ ଘର ଅଭିମୁଖେ ବରଯାତ୍ରୀ ଯାଇ ବିବାହ ପାଣିଗ୍ରାହଣର କାର୍ଯ୍ୟକ୍ରମ ରହିଛି । ତେବେ ମଙ୍ଗଳବାର ୧୧ ତାରିଖ ଦିନ କନ୍ୟା ମାତାପିତାଙ୍କ ଘରେ ମହାଉତ୍ସବ ଏବଂ ଉଭୟ ବାବା ଶିବଶଙ୍କର ଏବଂ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର କାର୍ଯ୍ୟକ୍ରମ ରହିଛି । ସେହିପରି ବୁଧବାର ଦିନ ୧୨ ତରିଖରେ ଯୁଗଳ ମୂର୍ତ୍ତିଙ୍କ ଭବ୍ୟନଗର ପରାକ୍ରମା ସହ ମନ୍ଦିର ଫେରିବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ତିନି ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ଶିବ ପୁରାଣ ପାଠ କାର୍ଯ୍ୟକ୍ରମ ମଧ୍ୟ ଥିବା ବେଳେ ସଂସ୍କୃତି ଓ ପରମ୍ପରା ଯୁକ୍ତ କଳା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବାର ମଧ୍ୟ ସୂଚନା ଦେଇଥିଲେ । ସବାଶେଷରେ କମିଟିର ଉପସଭାପତି ଶେଷଦେବ ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵପ୍ନେଶ୍ଵର ମହାଦେବ ବାବା ମନ୍ଦିରର ପୂଜକ ଟଙ୍କଧର ମହାପାତ୍ର, କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାନ୍ତି, କିଶୋର କୁମାର ଦାନୀ, ଦିଲ୍ଲୀପ ବାରିକ, ଅରୁଣ କୁମାର ଦାନୀ, ଭାସ୍କର ମହାନ୍ତି, ଶୈଳେଶ ଚନ୍ଦ୍ର ମହାନ୍ତି, ଭୂପେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.