jayashree

ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା : ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ଲୋକଙ୍କ ଦୁଃଖରେ ସୁଖରେ ସାହାଯ୍ୟ ସହଯୋଗ କରି ଆସୁଥିବା ଜଣେ ମହିଳା ବରଗଡ଼ ଜିଲ୍ଲା ମାଟି ପାଇଁ ଅନେକ ଗର୍ବ ସାଉଁଟି ପାରିଛନ୍ତି । ସେ ହେଉଛନ୍ତି ଦୀପା ବାରିକ । ଅନେକ ଲୋକଙ୍କ ସମସ୍ୟାକୁ ଟୁଇଟ୍‌ ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ଓ ଏଥିରେ ଲୋକେ ଉପକୃତ ହୋଇ ପାରିଛନ୍ତି । ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର, ତାଙ୍କର ଟୁଇଟ ଯୋଗୁଁ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିଛି । ତେବେ ଆଜି ‘କୋଶଳ ପ୍ରବାହ’ରେ ‘ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟ’କୁ ନେଇ ଖବର ପ୍ରସାରଣ ହେବା ପରେ ଦୀପା ବାରିକ ଟୁଇଟ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଶାସନଙ୍କୁ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.