ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରୁ ମିଳିଛି ଜଣେ କୁନି ନାବାଳକ, ଜାଣିଥିଲେ ସହଯୋଗ କରିବାକୁ ଅନୁରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରୁ ମିଳିଛି ଜଣେ କୁନି ନାବାଳକ । କେଉଁ ଆଡୁ ନିଖୋଜ ହୋଇ ଏଠାକୁ ଚାଲିଆସିଛି । ପିଲାଟିର ନାମ ଆଦିତ୍ୟ ପାତ୍ର, ପିତାଙ୍କ ନାମ ମହାବୀର ପାତ୍ର, ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳ ବୋଲି ନାବାଳକଟି କହୁଛି । ଅଧିକ କିଛି କହି ପାରୁନି । କେହି ସହୃଦୟ ବ୍ୟକ୍ତି ଜାଣିଥିଲେ ସହଯୋଗ କରିବାକୁ ଅନୁରୋଧ କିମ୍ବା ହିଞ୍ଜିଳିକାଟୁ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ ।

Leave A Reply

Your email address will not be published.