ଭୁବନେଶ୍ଵର, (କେପିଏନ୍ଏସ୍) : ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) – UDAN ଯୋଜନାରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଝାରସୁଗୁଡ଼ା, ଉତକେଲା, ରାଉରକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ଏହି ପଦବୀ ସୃଷ୍ଟି କରାଯିବ । ଏହି ୫୦ଟି ପୋଷ୍ଟ ମଧ୍ୟରୁ ୯ଟି ଲେଖାଏଁ ପଦବୀ ଉତକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ହୋଇଥିବା ବେଳେ ୧୬ଟି ଲେଖାଏଁ ପଦବୀ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପାଇଁ ହୋଇଥିବା ସୂଚନା ମିଳିଛି ।