
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୯ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର ଟଙ୍ଗଜୋର କୂଳ ନିକଟରୁ ମୂର୍ତ୍ତି ପ୍ରସ୍ତୁତ ଉପଯୋଗୀ ମାଟି ଅନୁକୂଳ କରାଯାଇଥିଲା । ଘଣ୍ଟ, ଶଙ୍ଖ ବାଦ୍ୟ ସହ ମଣ୍ଡପରୁ ବାହାରି ଟଙ୍ଗଜୋର କୂଳକୁ ପହଁଚି ସେଠାରେ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇ ମାଟି ଅନୁକୂଳ ଏବଂ ମାଟି ସଂଗ୍ରହ କରାଯାଇଥିଲା । ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୪୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଧି ଏବଂ ନିଷ୍ଠାର ସହ ପୂଜା ପାଳିତ ହୋଇଆସୁଛି । ମୃତ୍ତିକା ଅନୁକୁଳ କାର୍ଯ୍ୟକ୍ରମରେ କମିଟି ସଭାପତି ଅକ୍ଷୟ ସାହୁ, ସମ୍ପାଦକ ଭକ୍ତବନ୍ଧୁ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସାଂସ୍କୃତିକ ସମ୍ପାଦକ ତରଣୀ ସେନ ସାହୁ, କମିଟି ସଦସ୍ୟ ରୋହିତ ଭୋଇ, କମ୍ବୁ ସାହୁ, ଅମିତ ରଣା, ରମାକାନ୍ତ ସାହୁ, ଅଶୋକ ନାରାୟଣ ଭୋଇ, ବାବୁନା ସାହୁ, ରୂପେଶ ସାହୁ, ଟିକୁ ରଣା, ମିଳନ ଥପା ପ୍ରମୁଖ ସାମିଲ ହୋଇଥିଲେ । ଗାଁକୁ ପହଁଚିବା ପରେ ବନ୍ଦାପଣା ଦେଇ ଏହାକୁ ସ୍ୱାଗତ କରାଯାଇଥିଲା ।