oom

ରୁଗୁଡିପଡା ଦୁର୍ଗାପୁଜା ପାଇଁ ମୃତ୍ତିକା ଅନୁକୂଳ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୁଳ କରାଯାଇଛି । ମୁର୍ତ୍ତି ନିର୍ମାଣ ପାଇଁ ରୀତିନୀତି ଅନୁସାରେ ମଙ୍ଗଳବାର ମୃତ୍ତିକା ସଂଗ୍ରହ କରାଯାଇଛି । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ଚଳିତ ବର୍ଷ କର୍ତ୍ତା ଭାବେ ଆକାଶ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ପଦ୍ମାଳୟା ପଣ୍ଡା ଦାୟିତ୍ୱ ତୁଳାଉଛନ୍ତି । ମଙ୍ଗଳବାର ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବିଲ୍ୱବୃକ୍ଷ ଠାରେ ପୂଜାର୍ଚ୍ଚନା କରିଥିଲେ । ଦୁର୍ଗା ମଣ୍ଡପଠାରେ ଏହି ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇ ପ୍ରତିମା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପୂଜା କାର୍ଯ୍ୟରେ ପୂଜକ ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଝାରୀ, ହିମାଂଶୁ ଶେଖର ପାଢୀ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଲକ୍ଷ୍ମୀ ନାରାୟଣ ମହାରଣା, ବୁବୁନ ନାୟକ, ଡମ୍ବରୁ ପସାୟତ, ଗଣେଷ ସେଠ, ସ୍ୱସ୍ଥିକ ସାହୁ । ପୂଜା କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପ ସଭାପତି ସଂଜିବ ଶତପଥି, ପ୍ରଦୀପ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର ଉପସ୍ଥିତ ଥିଲେ । ସଂଜୟ ପୁଝାରୀ, ଲାଲମୋହନ ପଣ୍ଡା, ଶ୍ରୀକାନ୍ତ ରାଉତ, ଆନନ୍ଦ ସାହୁ, ଅର୍ମାନ ଆଚାର୍ଯ୍ୟ, ପ୍ରମୋଦ ସାହୁ, ଗୋପାଳ ବହିଦାର, କୁଲଦିପ ପଣ୍ଡା, ଗୋପିନାଥ ଚନ୍ଦନ, ତପନ ସେଠ, ରାଜା ରାଉତ, ସୁମିତ ବଗର୍ତ୍ତି, ରାହୁଲ ସେଟ୍‌, ନିଲେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.