ଡ୍ରେନେଜ ବିଭାଗ ଅଧିକାରୀ ଗଞ୍ଜାମ ମୁଖ୍ୟ ନାଳ ଅନୁଧ୍ୟାନ କଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ମୁଖ୍ୟ ନାଳ ବା ଗଞ୍ଜାମ ସହର ମଧ୍ୟ ଦେଇ ସମୁଦ୍ରରେ ସଂଯୋଗ ହୋଇଥିବା ମୁଖ୍ୟ ନାଳ ପୁନଃଉଦ୍ଧାର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା । ଏଥିସହ ସ୍ଥାନୀୟ ଛତ୍ରପୁର ବିଧାୟକ ନିର୍ଦ୍ଦେଶ ପରେ ଏନଏସି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଡ୍ରେନେଜ ବିଭାଗ ବ୍ରହ୍ମପୁର ଆସିଷ୍ଟାଣ୍ଟ ଇଞ୍ଜିନିଅର ପ୍ରମୁଖ ମୁଖ୍ୟ ନାଳ ତଥା ଡ୍ରେନେଜ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି । ଏହାର ପୁନଃଉଦ୍ଧାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଇଓ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟ ଡ୍ରେନେଜ ଅନୁଧ୍ୟାନ ବେଳେ ଅନ୍ୟାନ୍ୟ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.