oom

ବୈଶାଖ ମେଳାକୁ ୧୦ଲକ୍ଷ ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ୧.୫ କୋଟି ଅନୁଦାନ

jsmm
  • ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନୃସିଂହନାଥ ମନ୍ଦିର କର୍ତୃପକ୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ସରକାରୀ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ମନ୍ଦିର କର୍ତ୍ତୃପକ୍ଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ମେଲା କମିଟି ସଦସ୍ୟ ସଞ୍ଜୀବ ମାଝୀ, ସତ୍ୟ ବେହେରା, ଲୋଚନ ପଧାନ ପ୍ରମୁଖ ଭୁନେଶ୍ୱର ଯାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପଢୌକନ ସହିତ ମନ୍ଦିରର ଫୋଟୋ ପ୍ରଦାନ କରାଯାଇଥିଲା । କେଉଁ ଆବହମାନ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବୈଶାଖ ମେଲାର ସ୍ୱତନ୍ତ୍ରତା, ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ପବିତ୍ର ନୃସିଂହନାଥ ପୀଠର ମାହାତ୍ମ୍ୟ, କିମ୍ବଦନ୍ତୀ, ଗନ୍ଧମାର୍ଦ୍ଦନ ପାହାଡ଼ର ଗୁରୁତ୍ଵ ଆଦି ଦିଗରେ ସାଂସଦ ଶ୍ରୀ ପୁରୋହିତ ଆଲୋକପାତ କରିଥିଲେ । ଉକ୍ତ ପୀଠର ବିକାଶ ପାଇଁ ଆଗକୁ ଆହୁରି ବଡ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରି ମୁଖ୍ୟମ୍ୟନ୍ତ୍ରୀ ଶ୍ରୀମାନ ମାଝୀ କହିଥିଲେ । ଏହି କ୍ରମରେ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀଙ୍କୁ ମଧ୍ୟ ଉପଢୌକନ ସହିତ ମନ୍ଦିରର ଫୋଟୋ ପ୍ରଦାନ କରାଯାଇଥିଲା । କୃତଜ୍ଞତା ଜ୍ଞାପନ ପାଇଁ ସ୍ୱତନ୍ତ୍ର ଭାବରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସିଥିବାରୁ ମନ୍ତ୍ରୀ ସୁରଜ ଆନନ୍ଦ ପ୍ରକାଶ କରିବା ସହ ମନ୍ଦିର ପାଇଁ ସମର୍ପିତ ହୋଇ କାମ କରିବେ ବୋଲି କହିଥିଲେ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ନିମନ୍ତ୍ରଣ ରକ୍ଷାକରି ବୈଶାଖ ମେଳାରେ ଯୋଗଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟଯେ ଗତ ବୈଶାଖ ମେଲା ସମୟରେ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବିଭିନ୍ନ ମନ୍ତ୍ରୀ, ସରକାରି ଅଧିକାରୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସମୟରେ ସରକାରଙ୍କ ପ୍ରତିଶ୍ରୁତି କ୍ରମେ ପ୍ରଥମ ଥର ପାଇଁ ଆର୍ଥିକ ଅନୁଦାନ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହା ସହିତ ଶ୍ରୀ ଶ୍ରୀ ନୃସିଂହ ନାଥ ପୀଠର ଉନ୍ନତି ପାଇଁ ୧.୫କୋଟି ଅନୁଦାନ ରାଶି ସରକାର ପ୍ରଦାନ କରିଛନ୍ତି । ତେଣୁ ଏହି ପୀଠ ନିମନ୍ତେ ସରକାରଙ୍କ ବିକାଶ ମନୋଭାବ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.