ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ସ୍ମୃତି ଅନୁଭୂତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ୱିଙ୍ଗ ସୁର ତରଙ୍ଗ ପକ୍ଷରୁ ସ୍ମୃତି ଅନୁଭୂତି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମଟି ମା’ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା । ଏହାପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ଶ୍ରୀ ରାଉତଙ୍କୁ ତାଙ୍କର ଅବଦାନ ପାଇଁ ଶ୍ରେଷ୍ଠ ମିଡ଼ିଆ ସହଯୋଗୀ ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ଅତିଥି ଶ୍ରୀ ରାଉତ ସୁର ତରଙ୍ଗର ସଦସ୍ୟ ଲୀନା ସେନାପତି, ମନୋଜ ମହନ୍ତ, ଇତି ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସହଯୋଗୀ ଭାବେ ସମ୍ମାନିତ କରିଥିଲେ । ସେହିପରି ଅର୍ଚ୍ଚନା ଶତପଥୀ ଓ ଡକ୍ଟର୍ ସତ୍ୟନାରାୟଣ ମିଶ୍ରଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସଂସ୍ଥାର ଗାୟକ ଓ ଗାୟିକା ଲୀନା ସେନାପତି, ଶୁଭସ୍ମିତା ଦାସ, ବିମଳ ସାହୁ, ମନୋଜ ମହାନ୍ତ, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମୀନାକ୍ଷୀ ମହାରଣା, ଅର୍ଚ୍ଚନା ଶତପଥୀ, ଭେଙ୍କଟ ରାଓ, ବିମଳ ସାହୁ, ଅନିରୁଦ୍ଧ ସାହୁ, ସୁଜିତ୍ ବେହେରା ପ୍ରମୁଖ ସୂର ତରଙ୍ଗର ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହିତ ସୁନ୍ଦର ସୁନ୍ଦର ଗୀତ ପରିବେଷଣ କରିଥିଲେ । ସେୟାରର ଉପଦେଷ୍ଟା ସୁରେଶ ରାଉତରାୟ ଏବଂ ଡାକ୍ତର ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ନିବେଦିତା ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ଶେଷରେ ଡକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ଥାପକ ଶ୍ରୀ ପରିଡ଼ା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.