ls

୩ ଦିନ ଯାଏଁ ରାଜ୍ୟରେ ଅନୁଭୂତ ହେବ କୁହୁଡି

sb

ଭୁବନେଶ୍ୱର : ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ । ଆଜି ଦକ୍ଷିଣ ଉପକୂଳରେ ମୁଖ୍ୟତଃ ଘନ କୁହୁଡି ଦେଖାଦେଇଛି । ଆସନ୍ତା ୨ ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ଵରରେ ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା । ଅର୍ଥାତ୍ ସ୍ଵାଭାବିକଠାରୁ ୩ ଡିଗ୍ରୀ ଅଧିକ ଥିଲା । ଶୀତ ଏବେ ବଢ଼ିବନି । ଯେମିତି ସ୍ଥିତି ଅଛି, ପ୍ରାୟତଃ ସେମିତି ରହିବ । ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ୍‌ ଅଧିକ ରହିପାରେ । ଅନ୍ୟପକ୍ଷରେ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ୩୦ରୁ ପହିଲା ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି ।

pc pk
Leave A Reply

Your email address will not be published.