oum

‘ଶୂନ୍ୟ ସୀମନ୍ତିନୀ ରାଧା’ର ଇଂରାଜୀ ଅନୁବାଦ ଭୁବନେଶ୍ୱରରେ ଲୋକାର୍ପଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ବିଜୟ କୁମାର ତ୍ରିପାଠୀଙ୍କ ‘ଶୂନ୍ୟ ସୀମନ୍ତିନୀ ରାଧା’ର ଇଂରାଜୀ ଅନୁବାଦ RADHA : A SAGA OF BARREN BLISS ଇତି ମଧ୍ୟରେ ଓଡିଶାର ସ୍ୱନାମଧନ୍ୟ ବରିଷ୍ଠ କବି ଫନି ମହାନ୍ତିଙ୍କ କରକମଳରେ ଶୁଭ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଯାଇଛି । କବି ଫନି ମହାନ୍ତି ଶୂନ୍ୟ ସୀମନ୍ତିନୀ ରାଧା ଏବଂ ବରେଣ୍ୟ କବି ରମାକାନ୍ତ ରଥଙ୍କ ଶ୍ରୀରାଧା ସହ ଏକ ତୁଳନୀୟ ଆଲେଖ୍ୟ ପ୍ରସ୍ତୁତ କରି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଥିଲେ । ଏହି ପୁସ୍ତକଟିକୁ ଅତିସୁନ୍ଦର ଭାବେ ଅନୁବାଦ କରିଛନ୍ତି କବି ହରେକୃଷ୍ଣ ଦାଶ ଏବଂ ତାଙ୍କ ସହଧର୍ମିଣୀ କବୟିତ୍ରୀ ଶ୍ରୀମତୀ ଇପ୍ସିତା ଷଡଙ୍ଗୀ । ପୁସ୍ତକଟିକୁ ପ୍ରକାଶିତ କରିଛନ୍ତି ଲେଖାଲେଖି ପ୍ରକାଶନ, ଭୁବନେଶ୍ୱରର ପ୍ରକାଶକ ପ୍ରଦୀପ କୁମାର ବେହୁରା । ଏହି ଲୋକାର୍ପଣ ଉତ୍ସବରେ ସଭାପତିତ୍ୱ କରିଥିଲେ କବୟିତ୍ରୀ ଶ୍ରୀମତୀ ଇପ୍ସିତା ଷଡଙ୍ଗୀ ଏବଂ କବି ହରେକୃଷ୍ଣ ଦାଶ ସ୍ୱାଗତ ସମ୍ଭାଷଣ କରିଥିଲେ । ପ୍ରଥମେ କବି ବିଜୟ ତ୍ରିପାଠୀ ନିଜର ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଏଥିସହ ଓଡିଶାର ବିଶିଷ୍ଠ କବିଗଣ ପ୍ରଫେସର ବଂଶୀଧର ଷଡଙ୍ଗୀ, ଶ୍ରୀମତୀ ମମତା ଦାଶ, ଧନଞ୍ଜୟ ସାଇଁ, ପରେଶ ପଟ୍ଟନାୟକ, ବିଜନବାଳା ପାଟଯୋଶୀ, ମୌସୁମୀ ଦାଶ୍‌, ଲକ୍ଷ୍ମୀପ୍ରିୟା ଚାନ୍ଦ ନିରଞ୍ଜନ ଜେନା, ସହଦେବ ସାହୁ, ସୂର୍ଯ୍ୟ ମିଶ୍ର ପ୍ରମୁଖ ଲବ୍ଧପ୍ରତିଷ୍ଠିତ କବି ଉପସ୍ଥିତ ଥିଲେ । ଏହି ଉତ୍ସବରେ ପୁସ୍ତକର ସମୀକ୍ଷା ସହ ଶୁନ୍ୟସୀମନ୍ତିନୀ ରାଧାର କବିତା ଓ ଇଂରାଜୀ ଅନୁବାଦ କବିତାକୁ ବିଭିନ୍ନ କବିଗଣ ପାଠ କରି କବିତା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ । ଶେଷରେ ପ୍ରକାଶକ ପ୍ରଦୀପ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । କବି ତ୍ରିପାଠୀଙ୍କର ଓଡିଆ କବିତା ପୁସ୍ତକ ଶୂନ୍ୟ ସୀମନ୍ତିନୀ ରାଧା ପୂର୍ବରୁ ବଙ୍ଗଳା, ଅସମିୟାଁ, ହିନ୍ଦୀ ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ବୀକୃତି ଲାଭ କରିଅଛି ।

Leave A Reply

Your email address will not be published.