କେନ୍ଦୁପତ୍ର ସମୟିକ କର୍ମଚାରୀ ଓ ତୋଳାଳୀମାନଙ୍କ ଦାୟାଦଙ୍କୁ ଅନୁକମ୍ପା ରାଶି ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ କେନ୍ଦୁପତ୍ର ବନଖଣ୍ଡ କାର୍ଯ୍ୟାଳୟରେ, ସରକାରଙ୍କ କେନ୍ଦୁପତ୍ର ତୋଳାଳୀ, ବାନ୍ଧଳୀ କଲ୍ୟାଣ ପାଣ୍ଠି ତରଫରୁ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ, ଆଇ.ଏଫ୍‌.ଏସ୍‌ ଦ୍ୱାରା ଆଜି ୪୩ ଜଣ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଦାୟାଦମାନଙ୍କୁ ୨ଲକ୍ଷ ଟଙ୍କା ହିସାବରେ ୮୬ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ୍‌ ପ୍ରଦାନ କରାଯାଇଛି । ଡି.ଏଫ୍‌.ଓ ମହୋଦୟ ତାଙ୍କ ବକ୍ତବ୍ୟରେ କେନ୍ଦୁପତ୍ର ବିଭାଗର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅବଗତ କରାଇଥିଲେ । ଅନୁକମ୍ପା ରାଶି ପ୍ରଦାନ ସଭାରେ ଦେବକୀ ସାହୁ ଅଧ୍ୟକ୍ଷା ବଲାଙ୍ଗିର ଜିଲ୍ଲା ପରିଷଦ, ସରିତା ବାଗ ଅଧ୍ୟକ୍ଷା ବଲାଙ୍ଗିର ସଦର ବ୍ଲକ ଓ ଶିବଦତ୍ତ ମିଶ୍ର ଜିଲ୍ଲାପରିଷଦ ପୁଇଁନ୍ତଲା ଉପସ୍ଥିତ ରହି ସମସ୍ତ ଶୋକତପ୍ତ ହିତାଧିକାରୀଙ୍କୁ ଶାନ୍ତ୍ୱନା ଦେଇ ଚେକ୍‌ ପ୍ରଦାନ ସହ ମାଆକୁ ଗଛଟିଏ ସ୍ୱରୁପ ଚାରାଗଛ ପ୍ରଦାନ କରିଥିଲେ । ସୂର୍ଯ୍ୟନାରାୟଣ ବେଜ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହା ଆୟୋଜନା କରିବା ସହ ସୁଧିର କୁମାର ତ୍ରିପାଠି ବରିଷ୍ଠ କାର୍ଯ୍ୟକର୍ତ୍ତା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.