oom

ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜସେବା ପାଇଁ ଘରୁ ଗୋଡ଼ କାଢ଼ି ଥିବା ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ଶେଷରେ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର । ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୫ ବର୍ଷ ହେବ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ସନ୍ୟାସୀ ରହି ଆସୁଥିଲେ । ହଠାତ୍ ଗତକାଲି ଭୋର୍ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଗ୍ରାମର ୱାର୍ଡ ମେମ୍ବର ଏ ନେଇ ସରପଞ୍ଚକୁ ଫୋନ ଯୋଗେ ଖବର ଜଣାଇଥିଲେ । ସରପଞ୍ଚ ତାଙ୍କ ସ୍ୱାମୀ ସୁଶାନ୍ତ ପଣ୍ଡାଙ୍କୁ ତୁରନ୍ତ ଘଟଣା ସ୍ଥଳକୁ ପଠାଇଥିଲେ । ତେବେ ଯୁବଖୋଲ ଗ୍ରାମରେ ଉକ୍ତ ବ୍ୟକ୍ତିଙ୍କ କେହି ସମ୍ପର୍କୀୟ ଲୋକ ରହୁ ନଥିବାର ଖବର ପାଇ ଶ୍ରୀ ପଣ୍ଡା ସେ ଗାଁକୁ ଯାଇଥିଲେ କିନ୍ତୁ ସେଠାରୁ କେହି ମିଳି ନଥିବାରୁ ନିରାଶ ହୋଇ ଫେରିବା ପରେ ନିଜେ ଅନ୍ତିମ ସତ୍କାର କରିବାକୁ ନିଷ୍ପତ୍ତି ନେଲେ । ଗାଇସିଲାଟ ଥାନା ଅଧିକାରୀ ଏବଂ ବିଡ଼ିଓଙ୍କୁ ଘଟଣା ବିଷୟରେ ଜଣାଇବା ପରେ ବରଗଡ଼ ଜିଲ୍ଲା ‘ସଂକଳ୍ପ’ ପରିବାର ସହିତ ଯୋଗାଯୋଗ କରି ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ବରଗଡ଼ ‘ସଂକଳ୍ପ’ ପରିବାରର ତିନି ସଦସ୍ୟ ରତିକାନ୍ତ ପଧାନ, ସୁରେନ୍ ସାହୁ, ଦିନ ବନ୍ଧୁ ସାହୁ ଓ ନିଜେ ସରପଞ୍ଚଙ୍କ ସ୍ୱାମୀ ସନ୍ନ୍ୟାସୀଙ୍କ କୋକେଇ କାନ୍ଧେଇ ପ୍ରାୟ ୨କି.ମି ଘାଟି ରାସ୍ତାରେ ଯାଇ ଜଙ୍ଗଲ ନିକଟରେ ଶବ ସତ୍କାର କରିଥିଲେ । ପରମାନନ୍ଦପୁର ଗ୍ରାମବାସୀ ପ୍ରତେକ ଘରୁ କାଠ ସଂଗ୍ରହ କରି ଶବ ସତ୍କାର କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ କୌଣସି ସଂକ୍ରମଣ ନହେବା ପାଇଁ ପିପି କିଟ ଯୋଗାଇ ଦେଇଥିଲେ । ମହିଳା ସରପଞ୍ଚ ଏବଂ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡାଙ୍କ ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ବିଡ଼ିଓ ଏଭଳି ମହତ କାମ ପାଇଁ ସରପଞ୍ଚ ଅର୍ପିତା ପଣ୍ଡାଙ୍କୁ ସାଧୁବାଦ୍‌ ଜଣାଇଛନ୍ତି ।

jittmm
Leave A Reply

Your email address will not be published.