ଆନ୍ତର୍ଜାତୀୟ ଟାଇକଣ୍ଡୋ ଚମ୍ପିଆନ୍‌ସିପ୍‌ -୨୦୨୪

  • ରାଉରକେଲା ପାଇଁ ଗୌରବ, ୩ ଛାତ୍ର ବିଜୟୀ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପାଇଁ ଗର୍ବ ଓ ଗୌରବର ବିଷୟ କାରଣ ୭ମ ହିରୋ ଟାଇକଣ୍ଡୋ ଆନ୍ତର୍ଜାତୀୟ ଚମ୍ପିଆନ୍‌ସିପ୍‌ -୨୦୨୪, ବ୍ୟାଙ୍କକକ୍‌, ଥାଇଲାଣ୍ଡ, ଜନ୍‌ ପୋଲ୍‌ ଏଚ୍‌ ସ୍ପୋର୍ଟସ ସେଂଟର ପରିସରରେ ଯୋଗ ଦେଇଥିଲେ ରାଉରକେଲା ନେକ୍ସଟ ଜେନ ଇଷ୍ଟିଚ୍ୟୁଟର ୩ ଛାତ୍ର । ମାଷ୍ଟର ଆନନ୍ଦ କୁମାର ସୁନାଙ୍କ ତତ୍ୱାବଧାନରେ ଆର୍‌ଏସ୍‌ପି କର୍ମଚାରୀ ପିତା ସାଗର ମୁଣ୍ଡା ଓ ରେଣୁବାଳା ମୁଣ୍ଡାଙ୍କ ସୁପୁତ୍ର ଅମନ୍‌ ମୁଣ୍ଡା ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏକାଦଶ ଛାତ୍ର ଦୁଇଟି ସ୍ୱର୍ଣ୍ଣ ପଦକ ସହିତ ଗୋଟିଏ କାଂସ୍ୟ ପଦକ, ମହେଶ୍ୱର ମହାନ୍ତି ଏବଂ ମମତା ମହାନ୍ତିଙ୍କ ସୁପୁତ୍ର ସୌମ୍ୟରଞ୍ଜନ ମହାନ୍ତି ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ, ସରସ୍ୱତୀ ଶିଶୁ ମନ୍ଦିର, ଜଗଦାର ଛାତ୍ର ଏବଂ ଆମର ସୈନ୍ୟ ବାହିନୀରେ କାର୍ଯ୍ୟ କରୁଥିବା ବିକାଶ କୁମାର ବାରିକ ଓ କ୍ଷୀରୋଦିନୀ ବାରିକଙ୍କ ସୁପୁତ୍ର କୌଶିକ କୁମାର, ଡିଏଭି ସେକ୍ଟର-୧୬ ବିଦ୍ୟାଳୟର ଛାତ୍ର ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ରାଉରକେଲା ଓଡିଶା ସହିତ ଭାରତକୁ ଗୌରବାନ୍ୱିତ କରାଇଛନ୍ତି । ଦୁଇଦିନ ବ୍ୟାପି ଚମ୍ପିଆନସିପ୍‌ରେ ପ୍ରାୟ ୩୦ଟି ଦେଶ ଯଥା ସାଉଥ କୋରିଆ, ଇଂଲଣ୍ଡ, ଚୀନ, ଜାପାନ, ବାଂଲାଦେଶ, ନେଦରଲାଣ୍ଡ ଆଦି ଦେଶରୁ ୨୫୦୦ରୁ ଅଧିକ ପ୍ରାର୍ଥୀ ଯୋଗ ଦେଇଥିଲେ । ମୁକାବିଲା ବହୁତ କଡା ଥିଲେ ମଧ୍ୟ ନେକ୍ସଟ ଜେନ ଇଷ୍ଟିଚ୍ୟୁଟର ପିଲା ମାନେ କଡା ଜବାବ ଦେଇ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ଖବର ପାଇଁ ରାଉରକେଲାବାସୀ ବହୁତ୍‌ ଖୁସି ଅଛନ୍ତି ଓ ଆଗକୁ ସାଉଥ କୋରିଆରେ ହେବାକୁ ଥିବା ଅଲମ୍ପିକ ଖେଳର ପ୍ରସ୍ତୁତି ଉପରେ ଏକ ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ରାଉରକେଲାରୁ ଅମନ ମୁଣ୍ଡା, କୌଶିକ କୁମାର, ସୌମ୍ୟରଞ୍ଜନ ମହାନ୍ତି ଓ ଅସିତ୍‌ କୁମାର କାଲୋ ଚୟନ ହୋଇଛନ୍ତି । ଏହି ଖେଳାଳୀ ରାଉରକେଲାରେ ପହଂଚିବା ପରେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମରେ ରାଉରକେଲା ରେଳଷ୍ଟେସନରୁ ଆରମ୍ଭ କରି ସେକ୍ଟର ୨ ପର୍ଯ୍ୟନ୍ତ ବଡ ଧୁମ୍‌ଧାମ୍‌ରେ ସ୍ୱାଗତ କରାଯାଇଥିଲା । ଏଥିରେ ସହରର ସ୍ୱନାମଧନ୍ୟ ବ୍ୟକ୍ତିମାନେ ଯୋଗଦେଇ ପିଲା ମାନଙ୍କୁ ଆଶୀର୍ବାଦ କରି ଆହୁରି ଆଗକୁ ଯାଇ ରାଉରକେଲା ଓଡିଶା ସହିତ ଭାରତର ନାଁକୁ ମଧ୍ୟ ବିଦେଶରେ ଶିଖରକୁ ନିଅ ବୋଲି କହିଥିଲେ । ବଡ ଖୁସିର କଥା ଯେ ଏହି ଚାମ୍ପିଆନ୍‌ସିପ୍‌ରେ ପ୍ରଥମ ଥର ପାଇଁ ଟାଇକଣ୍ଡୋ ଡାନ୍ସ କାର୍ଯ୍ୟକ୍ରମ ରଖାଯାଇଥିଲା ଓ ଏଥିରେ ଏହି ପିଲାମାନେ ରଙ୍ଗବତୀ ଗୀତରେ ଟାଇକଣ୍ଡୋ ନୃତ୍ୟ କରି ଉଚ୍ଚ ପ୍ରସଂଶିତ ହୋଇ ଗୋଲ୍ଡ ମେଡାଲର ଅଧିକାରୀ ହୋଇପାରିଛନ୍ତି । ଏ ସବୁ ଖୁସିକୁ ବିଜେପିର ବରିଷ୍ଠ କର୍ମକତ୍‌ର୍ତ୍ତା ଜଗବନ୍ଧୁ ବେହେରା ଅସୁସ୍ଥ ଥାଇ ମଧ୍ୟ ମିଷ୍ଟାନ୍ନ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିବାକୁ ଆଗେଇ ଆସି ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କୁ ନେକ୍ସଟ୍‌ ଜେନ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ଅନୁଷ୍ଠାନର ସଂସ୍ଥାପକ ଆନନ୍ଦ କୁମାର ସୁନା ଆଗକୁ ଏଭଳି ସହରବୀସୀ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.