oom

ଆନ୍ତର୍ଜାତିକ ମହିଳା ଦିବସ ପାଳିତ : କୁସଂସ୍କାର, ମଦ ପ୍ରଚଳନ ଓ ଯୌତୁକ ପ୍ରଥା ବନ୍ଦ ପାଇଁ ମହିଳା ସଂଗଠନର ଦାବୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ଚନ୍ଦ୍ରପୁର ସ୍ଥିତ ଅ‌ମ୍ବ୍ରକାନନରେ ବ୍ଳକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଅଧ୍ୟକ୍ଷତାରେ ଓ ବ୍ଲକ ବିଜେଡି ଯୁବ ସଭାପତି ଶୈଲେନ୍ଦ୍ର ସାହୁଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଧଣ୍ଡାମାଳ ସରପଞ୍ଚ ଦୟାନିଧୀ ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ପ୍ରମୋଦ ବହିଦାର ସହ ବ୍ଳକର ସମସ୍ତ ମହିଳା ସରପଞ୍ଚ ଓ ସମିତି ସଭ୍ୟା ଯୋଗ ଦେଇଥିଲେ । ଆନ୍ତର୍ଜାତିକ ମହିଳା ଦିବସରେ ସମାଜରେ କୁସ୍କାର, ମଦ ପ୍ରଚଳନ ବନ୍ଦ, ଯୌତୁକ ପ୍ରଥା ବନ୍ଦ ବିଷୟରେ ଆଲୋଚନା ହୋଇଥିଲା । ମରୋଣତ୍ତର ଭାବେ ବିଜୁ ପାଟ୍ଟନାୟକଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ସଭାରେ ପାରିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ମହିଳା ସମାବେଶରେ ସର୍ବ ଭାରତୀୟ ସ୍ତରରେ ‌ଦ୍ୱିତୀୟ ‌ସ୍ଥାନ ଅଧିକାର କରିଥିବା ରଶ୍ମିତା ମାଝୀ, ବରିଷ୍ଠ ବାହ୍ୟ ଗୋଷ୍ଠୀ ସହାୟିକା ସୁରୁବାଳୀ ସାହୁ, ସଂକିର୍ତ୍ତନଗାୟିକା ଜୋସ୍ନା ନାଏକ, ସ‌ନ୍ଧିଜୋର ଗାଁର ମିସ ଇଣ୍ଡିଆ ଅର୍ପିତା ନନ୍ଦଙ୍କ ସହ ବିଭିନ୍ନ ‌ସ୍ୱୟଂ ସହାୟକ ଦଳକୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ହାତୀସରା ସରପଞ୍ଚ ମମତା କୁମୁରା ଧନ୍ୟବାଦ ଦେବା ପରେ ସଭାସଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.