ବଢୁଛି ଅଂଶୁଘାତ ଜନିତ ମୃତ୍ୟୁ

ଭୁବନେଶ୍ୱର : ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ସେଥିରେ ଦର୍ଶାଯାଇଛି ଯେ, ମୋଟ ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ମଧ୍ୟରୁ ୯ ଜଣଙ୍କ ଜୀବନ ପ୍ରକୃତରେ ଅଂଶୁଘାତରେ ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ୬ ଜଣଙ୍କ ମୃତ୍ୟୁ ଅନ୍ୟ କାରଣ ଘଟିଛି ଏବଂ ୮୧ଟି ମୃତ୍ୟୁ ଏବେବି ତଦନ୍ତାଧୀନ ରହିଛି ।

Leave A Reply

Your email address will not be published.