centurian jitm

ଅଂଶୁଘାତ ନେଲା ଜୀବନ

nschool

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ବଣାଇରେ ତତଲା କଢ଼େଇରେ ସିଝିଲା ଭଳି ପ୍ରବଳ ଖରା ହେଉଥିବା ବେଳେ ବଣାଇ ଥାନାର ଭାଲୁଡୁଙ୍ଗୁରି ଗ୍ରାମର ମିରାଜ ଲୁହୁରା ଗତକାଲି ଟୋଲ ଗୋଟେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଘରକୁ ଫେରିନଥିଲେ । ସନ୍ଧ୍ୟାରେ ଖୋଜାଖୋଜି କରିବା ବେଳେ ମହୁଲ ଗଛ ତଳେ ପଡିଥିବା ଦେଖି ଗ୍ରାମବାସୀଙ୍କ ସାହାଯ୍ୟରେ ବଣାଇ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବଳ ଝାଞ୍ଜି ପବନ ସହିତ ଖରା କିଛିଦିନ ଜାରି ରହିଥିବା ବେଳେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ବଣାଇ ପୋଲସ ଓ ମାଜିଷ୍ଟ୍ରେଟଙ୍କ ସହାୟତାରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.