
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୩୪ତମ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିଷଦରେ ୧୧ରୁ ୧୩ ନଭେମ୍ବର ୨୦୨୨ରେ ହୋଇଥିଲା । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ଛାତ୍ରୀ ଅଭିପ୍ଶା ହୋତା ୧୩ ବର୍ଷ ବାଳିକା ବର୍ଗ (୫୫ କେଜି)ରୁ କମ୍ କୁମୁତି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଆସନ୍ତା ୩ ଓ ୪ ଡିସେମ୍ବର ନୂଆଦିଲ୍ଲୀର ତାଲକୋଟରା ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବଲାଙ୍ଗିର ଜିଲ୍ଲାରୁ ଜଣେ ମାତ୍ର ଓଡିଶା ରାଜ୍ୟ କରାଟେ ସଂଘକୁ ମନୋନୀତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଂପାଦକ ତଥା କୋଚ ହୃଦୟ ଶବର ଏବଂ ପିତା ବଦ୍ରିନାଥ ହୋତାଙ୍କ ସହିତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘକୁ ଧନ୍ୟବାଦ ଏବଂ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଓ ବଲାଙ୍ଗିର କରାଟେ ସ୍କୁଲ ସଭାପତି ସଚିନ ବାଗ, ସହସଂପାଦକ ଚନ୍ଦ୍ର ଶେଖର ସେଠ, ମନଗୋବିନ୍ଦ ମେହେର ଓ ସମସ୍ତ କର୍ମକର୍ତ୍ତା, ଅଭିଭାବକ ଓ କ୍ରୀଡା ପ୍ରେମୀ ଅଭିନନ୍ଦନ ଏବଂ ଆଶୀର୍ବାଦ ଜ୍ଞାପନ କରିଛନ୍ତି ।