
ମନ୍ଦିର ପୁନଃ ପ୍ରତିଷ୍ଠା ଅବସରରେ ଅନୁଷ୍ଠିତ ଯଜ୍ଞ ଧର୍ମାନୁଷ୍ଠାନରେ ମୁଖ୍ୟକର୍ତ୍ତା ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ ସକ୍ରୀୟ ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ଅନ୍ୟତମ ତନ୍ତ୍ର ସାଧନାର ସ୍ଥଳ ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ବିଧିବଦ୍ଧ ଭାବେ ଚଳିତ ୧୫ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଷ୍ଠା ଯଜ୍ଞ ଧର୍ମାନୁଷ୍ଠାନ ବିଧିବଦ୍ଧ ଭାବେ ଆସନ୍ତା ୨୦ ତାରିଖରେ ଉଦ୍ଯାପିତ ହେବ । ମନ୍ଦିର ପୁନଃ-ପ୍ରତିଷ୍ଠା ଅବସରରେ ଅନୁଷ୍ଠିତ ଯଜ୍ଞ ଧର୍ମାନୁଷ୍ଠାନରେ ମୁଖ୍ୟକର୍ତ୍ତା ଭାବେ ଗଞ୍ଜାମ ଜିଲ୍ଲାପାଳ ସକ୍ରୀୟ ଅଂଶଗ୍ରହଣ କରିଆସୁଛନ୍ତି ।