ବଲାଙ୍ଗିର, (କେପିଏନ୍ଏସ୍) : ମାରାଥନ୍ ଦୌଡ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗୀରର ଜେସିଆଇ ବଲାଙ୍ଗିର ସିଟି ୨୫୦ ଅଂଶଗ୍ରହଣକାରୀଙ୍କୁ ନେଇଏକ ମାରାଥନ୍ ରେସ୍ ୨.୦ର ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟ ଏଥିରେ ସହଭାଗୀ ଭାବରେ ଅଂଶଗ୍ରହଣ କରିଛନ୍ତି । ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ପରାମର୍ଶଦାତା ପୀତବାସ ପଣ୍ଡା, ମନୋରଞ୍ଜନ ସାହୁ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ପଥରଚେପା ସ୍ଥିତ ହନୁମାନ ମନ୍ଦିର ଠାରୁ ବାଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ପର୍ୟ୍ୟନ୍ତ ୫ କିଲୋମିଟର ଦୌଡରେ ଭାଗ ନେଇଥିଲେ । ଉକ୍ତ କାର୍ୟ୍ୟକ୍ରମଟି ପିଲାମାନଙ୍କୁ ଆନେକ ଉତ୍ସାହ ପ୍ରଦାନ କରିଛି ।