centurian jitm

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

nschool
  • ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟ ସ୍ଥିର କରି ପାଠ ପଢନ୍ତୁ : ଉପଜିଲ୍ଲାପାଳ
  • ମେଧାବୀ, ଆଦର୍ଶ, ବିଚାରବନ୍ତ ଓ ସଂସ୍କାରଯୁକ୍ତ ଛାତ୍ରଛାତ୍ରୀ ହୁଅନ୍ତୁ : ମୁଖ୍ୟବକ୍ତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବ୍ରିକ୍ରମ ସାହୁଙ୍କ ସଭାପତିତ୍ୱରେ ତଥା ଶିକ୍ଷକ ସ୍ୱରୂପ କୁମାର ଠାକୁରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖତ୍ରି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତର ବହୁ ସଫଳ ପ୍ରତିଭାମାନଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ସ୍ଥିର କରି ପାଠପଢ଼ାରେ ଆଗେଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମି, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ରୂପେ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସ୍ତମ୍ଭକାର ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉ କିନ୍ତୁ ମାନବୀୟ ଗୁଣ ଓ ସମ୍ବେଦନଶୀଳ ମଧ୍ୟ ରହୁ । ସବୁ ମେଧାବୀ ଛାତ୍ରଛାତ୍ରୀ ଯେ ଆଦର୍ଶ ସେ କଥା କହିହେବ ନାହିଁ, ଏଣୁ ସମସ୍ତ ଛାତ୍ରଛାତ୍ରୀ ମେଧାବୀ, ଆଦର୍ଶ, ବିଚାରବନ୍ତ ଓ ସଂସ୍କାରଯୁକ୍ତ ହେବା ପାଇଁ ସେ ନିଜ ବହୁମୂଲ୍ୟ ମତପୋଷଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଓଁକାର ଚରଣ କମ୍ପଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ରୂପେ ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା । ପରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ରାଉତ ଓ କେଶବାନନ୍ଦ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୀତାମ୍ବର ବେଶ୍ରା, ସୌମ୍ୟବ୍ରତ ଶତପଥୀ, ଈଶ୍ୱର ଚନ୍ଦ୍ର ମଣ୍ଡଳ, ହିମାଂଶୁ ଭୁଏ, ପ୍ରଭାସ ରଂଜନ ମେହେର, ଆକାଶ ହରପାଲ, ଶଶାଙ୍କ ଶେଖର କବାଟ, ରୋଶନ କୁମାର ମିଶ୍ର, ରାଜୀବ ପୁଟେଲ, ଆଲୋକ କୁମାର ଦାସ, ଗୀତାଞ୍ଜଳି ସେଠ, ରିଙ୍କି ହରପାଲଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଭିଭାବକ, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷକ ମୁକ୍ତେଶ୍ଵର ଛୁରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.