ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ଗତ କାଲି ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀ ପ୍ରାଙ୍ଗଣରେ ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜିକା ଲକ୍ଷ୍ମୀ ପ୍ରିୟା ଦାଶ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନରେ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଓ ସୁଦର୍ଶନ ପ୍ରଧାନ ଓ ପ୍ରଶାନ୍ତ କୁମାର ଦାସ ସଂଯୋଜନା କରିଥିଲେ । ଏହି ସଭାର ସଭାମୁଖ୍ୟ ବରିଷ୍ଠ ଶିଶୁ ସାହିତ୍ୟିକ କୁଞ୍ଜବିହାରୀ ସାହୁ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ମଞ୍ଚରେ ବହୁ ବିଶିଷ୍ଟ ମାନ୍ୟଗଣ ଅତିଥି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ପ୍ରଧାନ ଶିକ୍ଷକ ପିଢପାଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଦିଗମ୍ବର ରଥ, ବରିଷ୍ଠ ସାହିତ୍ୟିକ ଅଧିକାରୀ ସ୍ୱାଇଁ ବିଜ୍ଞାନ ଶିକ୍ଷକ ସିଦ୍ଧେଶ୍ୱର ସାହୁ ପ୍ରମୁଖ ବ୍ୟକ୍ତି ବିଶେଷ ମଞ୍ଚାସୀନ ଥିଲେ । ଏଥିରେ ୩୦ରୁ ଅଧିକ ଶିଶୁ କବି କବିତା ପାଠ କରିଥିଲେ ଏବଂ ୫୦ରୁ ଅଧିକ ବରିଷ୍ଠ ସାହିତ୍ୟକମାନେ ସ୍ୱରଚିତ କବିତା ଆବୃତ୍ତି କରି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ । ଗାଁରେ ଶିଶୁ ସାହିତ୍ୟ ସତରେ ଏହା ଏକ ନିଆରା କାର୍ଯ୍ୟକ୍ରମ ଥିଲା । ଶିଶୁ ସାହିତ୍ୟ କବିତା ଆସରରେ ଝୁମିଲା ମଞ୍ଚ । ଦ୍ଵିତୀୟ ଅଧିବେଶନରେ କାର୍ଯ୍ୟକ୍ରମ ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅଧିବେଶନରେ ଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରଦୀପ ପ୍ରଜ୍ୱଳନ ସହ ବିଭୁ ବନ୍ଦନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଶରତ କୁମାର ବିଶ୍ୱାଳ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ପୂର୍ବତନ ନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ୍ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ସମ୍ମାନୀତ ଅତିଥି ରୂପେ ବଙ୍କିମ ଚନ୍ଦ୍ର ନାୟକ, ଡ଼ଃ. ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ଶିଶୁ ସାହିତ୍ୟକ ବିପିନ ବିହାରୀ ଦଳେଇ ଟିକିତାରା ଓ ପ୍ରିୟପତ୍ର ର ସମ୍ପାଦକ ପ୍ରମୁଖ ଯୋଗଦେଇଥିଲେ । ସୁସାହିତ୍ୟିକା ତଥା ଗ୍ରାମ୍ୟ ରମ୍ୟ ପତ୍ରିକାର ଉପଦେଷ୍ଟା ଶ୍ରୀମତି ସରୋଜିନୀ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଂଯୋଜନା ଓ ମାନ ପତ୍ର ପଠନ କରିଥିଲେ । ଗାଁରେ ଶିଶୁ ସାହିତ୍ୟ ସତରେ ଏକ ନିଆରା ସଚେତନ, ଶିଶୁ ହସିଲେ ଦୁନିଆ ହସିବ । ସାହିତ୍ୟର ମୂଳଦୂଆ ଶିଶୁ ଠାରୁ ହିଁ ଆରମ୍ଭ, ଶିଶୁମାନଙ୍କ ପୁସ୍ତକ ସେମାନଙ୍କୁ ଆଗକୁ ନେବାରେ ସାହାଯ୍ୟ କରିବ । ଏକଥା ଆଲୋଚନାର ବିଷୟବସ୍ତୁ ଭାବରେ ଉପସ୍ଥାପିତ କରିଥିଲେ ବରିଷ୍ଠ ଶିଶୁ ସାହିତ୍ୟିକମାନେ । ଏହି ଅବସରରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ଗ୍ରାମ୍ୟ ରମ୍ୟ ଉନ୍ମୋଚନ କରାଯାଇଥିଲା ଓ ପରେ ଲକ୍ଷ୍ମୀ ପ୍ରିୟା ଦାଶ ଲିଖିତ ଗପ ପୁସ୍ତକ ମୁନିର ଗପପେଡି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ପରେ ପରେ ବିଭିନ୍ନ କ୍ଷେତ୍ରରେ ବିଶେଷ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ବଙ୍କିମ ଚନ୍ଦ୍ର ନାୟକ, ଶୁସାନ୍ତ ସେନାପତି, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଶ୍ରୀମତି ମିନତି ପଟ୍ଟନାୟକ, ପ୍ରବାସିନୀ ମିଶ୍ର, ହିମାଂଶୁ ଶେଖର ଫତେସିଂହ, ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ସରିତା ମିଶ୍ର, ରୋହିତ କୁମାର ଚମ୍ପତି, ମିଲିନା ସାହୁ, ଲକ୍ଷ୍ମୀ ପ୍ରିୟା ଜୟସିଂହ, ଶ୍ରଦ୍ଧାଞ୍ଜଳି ପାଲଟା ସିଂହ, ସୁଶ୍ରୀ ପ୍ରିୟଙ୍କା ଦାଶ ଓ ପ୍ରୀତି ରେଖା ରାଉତରାୟ ଅତିଥିମାନଙ୍କ ଠାରୁ ମାନପତ୍ର ଓ ଉପଢ଼ୌକନ, ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ଶିଶୁ କିଶୋର ସାହିତ୍ୟ ସଂସଦର ସଦସ୍ୟମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଓ ନୃତ୍ୟ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଦିଲିପ୍ କୁମାର ବେହେରା, ଶାନ୍ତିଲତା ପ୍ରଧାନ, କ୍ଷୀରୋଦିନୀ ଶତପଥୀ, ଲକ୍ଷ୍ମୀ ପ୍ରିୟା ଦାସ, ଦମୟନ୍ତୀ ମଙ୍ଗରାଜ, ନୂତନ ପାଟ ଯୋଶୀ ପ୍ରମୁଖ ସଦସ୍ୟ ସଦସ୍ୟାବୃନ୍ଦ ସହଯୋଗ କରିଥିଲେ ।