oom

ଚୂଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ତମ ବାର୍ଷିକ ଉତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍‌.ଏସ୍‌.ଡି.)ର ୨୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଛାତ୍ରଛାତ୍ରୀ, ଅଭିଭାବକ, ଉପସ୍ଥିତ ଅଞ୍ଚଳବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲ ପାଠପଢି ଭଲ ମଣିଷ ହେବା ପାଇଁ କଠୋର ପରିଶ୍ରମ କରିବାକୁ ହେବ ଏବଂ ଅତୀତରେ କମ୍‌ ପାଠପଢି ଥିଲେ ମଧ୍ୟ ଏସ୍‌.ସି. ଓ ଏସ୍.ଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିର ସୁଯୋଗ ମିଳୁଥିଲା କିନ୍ତୁ ଆଜିର ଦିନରେ ଉଚ୍ଚ ଶିକ୍ଷିତ ହେବାକୁ ପଡିବ ଆଉ ସେ ଦିନ ନାହିଁ ଏବେ ଗ୍ରୁପ ଡି କର୍ମଚାରୀ ପାଇଁ ପିଏଚ୍‌ଡି ଛାତ୍ର ଫର୍ମ ପକାଉଛନ୍ତି । ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଡଃ. ସୁଶାନ୍ତ କୁମାର ପଣ୍ଡା ଓଡିଆ ଅଧ୍ୟାପକ ପିଜି ବିଭାଗ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସମ୍ମାନୀତ ଅତିଥି ରସରାଜ ଅଚ୍ୟୁତ ପୁରୋହିତ ବ୍ୟଙ୍ଗକବି, ଦାମୋଦର ବିଶ୍ୱାଳ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଲୋକନାଥ କୁମୁରା ଆଲୁମିନି ସଭାପତି, ଲକ୍ଷ୍ମୀ ନନ୍ଦ ସରପଞ୍ଚ ଚୂଡାପାଲି ପ୍ରମୁଖ ମଂଚାସୀନ ଥିଲେ । ଦୀର୍ଘ ୭ ଦିନ ଧରି ୨୮ଟି କ୍ରୀଡା ଓ ୭ଟି ବୌଦ୍ଧିକ ବିକାଶ ପାଇଁ ପ୍ରତିଯୋଗିତା ହୋଇଥିଲା ଏଥିରେ ୭୫୦ଜଣ ଛାତ୍ରଛାତୀ ଭାଗ ନେଇଥିଲେ ମୋଟ ୧୩୪ ଜଣ ବିଜେତାଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଅତିଥି ଗଣ ପ୍ରଦାନ କରିଥିଲେ । ସାଂସ୍କୃତିକ ସଂଧ୍ୟାରେ ଆମ ଲୋକଗୀତ, ଲୋକ ନୃତ୍ୟ, ବହୁ ଭାଷୀୟ ନୃତ୍ୟ, ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଶଣ କରାଯାଇଥିଲା ସହଯୋଗ କରିଥିଲେ । ବିଦ୍ୟାଳୟର ଚନ୍ଦ୍ରକାନ୍ତି ମିଶ୍ର, ବିଭୁପ୍ରସାଦ ୟାଦବ, ଚନ୍ଦ୍ରଶେଖର ସାହୁ, ପ୍ରମୋଦା ପତି, ପୁଣ୍ଣିମା ପଣ୍ଡା, ବୁଦ୍ଧଦେବ ନାଏକ, ସୁଜାତା ସ୍ୱାଇଁ, ଜଗଦିଶ ସବର, ସୁଜାତା ନନ୍ଦ, ପ୍ରମୋଦିନୀ ପଧାନ ପ୍ରମୁଖ ଶିକ୍ଷଜ ଓ ଶିକ୍ଷୟିତ୍ରୀ ବୃନ୍ଦ । ବିଦ୍ୟାଳୟ ପରିଚାଳନା ସଭାପତି ଅକ୍ଷୟ କୁମାର ଘିବେଲା, ସଂଗଠକ ଜୟକୃଷ୍ଣ ମିଶ୍ର, ବିଜୟ ନାହାକ, ଶୁସିଲ ବେହେରା, ପଙ୍କଜ ମାଲ, ସନ୍ତୋଷ ସାହୁ, ତ୍ରିନାଥ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.