oom

ଜାମଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଜାମଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ କମ୍ପ, ମୁଖ୍ୟବକ୍ତାଭାବେ ଶିକ୍ଷାବିତ ରାଜକିଶୋର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଅଶୋକ ପଣ୍ଡା, ହିନ୍ଦୀ ଶିକ୍ଷକ ପ୍ରଭାତ ସାହୁ ମଂଚାସୀନ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ଅଜିତ ରାଉତ, ଛାତ୍ରୀ ଅର୍ଚ୍ଚିତା ଡାଙ୍ଗ ଓ ଜ୍ୟୋତିର୍ମୟୀ ପଧାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ନମିତା ପାଣିଗ୍ରାହୀ । ସଭାପରେ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ଦ୍ୱ।।ରା ରଚିତ ଓ ନିର୍ଦ୍ଦେଶିତ ନାଟକ “ଚାଲ ପାଠ ପଢମା”,”ଦିନରାତି” ଓ “ଦୁହେଁ ପାଗଲ” ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ସଂଜୀବ ନାଏକ, ଦୁଃଖ ନାଶନ ବାଗ, ଶିବ ଶଙ୍କର ପାଣିଗ୍ରାହୀ, ହରେକୃଷ୍ଣ ନାଏକ, ସଚ୍ଚିଦାନନ୍ଦ ସାହୁ, ମହେଶ୍ୱର ଝାଙ୍କର, ବବୁଲୁ ଦେହୁରୀ, ସୌରଭ ନାଏକ, ଧିରେନ ସୁନା, ଶିକ୍ଷୟତ୍ରୀ ରଂଜିତା ରଣା, ପ୍ରତିଭା ମୁନା, ରୀତା ପଧାନ, ସୁକାନ୍ତି ସେଠ ଓ ଶିକ୍ଷା କର୍ମଚାରୀ ରାଜକିଶୋର ପଧାନ, ଦେବାଶିଷ ପଧାନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.