ବଲାଙ୍ଗିର, (କେପିଏନ୍ଏସ୍) : ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗିର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ସେମାନେ କିପରି କୌଣସି ଅସୁବିଧାରେ ପରୀକ୍ଷା ଦେଇପାରିବେ ସେ ବାବଦରେ ଜିଲ୍ଲାପାଳ ଶ୍ରୀ ଇସଲୱାର ତର୍ଜମା କରିଛନ୍ତି । ଶାନ୍ତିପୂର୍ଣ୍ଣ ତଥା ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କିପରି ଅବାଧରେ ହେବ ସେ ବିଷୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଧ୍ୟାନ ଦେବାକୁ କହିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହି କେନ୍ଦ୍ରଗୁଡ଼ିକରେ ସିସିଟିଭି, ସୁରକ୍ଷା ଆଦି ବାବଦରେ ବୁଲି ଦେଖିଥିଲେ । ପିଲାମାନେ ପ୍ରଶ୍ନ ପତ୍ର ଠିକ ସମୟରେ ପାଇଲେ ନାନାହିଁ, ପରୀକ୍ଷା ପରିଚାଳକ ଉପଯୁକ୍ତ ତାଲିମ ପ୍ରାପ୍ତ ନାନାହିଁ । ସେସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଖରା ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ଧ୍ୟାନଦେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁସାରେ, ଫେବୃୟାରୀ ୧୮ ତାରିଖରୁ ଆସନ୍ତା ୨୭ ତାରିଖ ଯାଏଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ନିମନ୍ତେ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ବଲାଙ୍ଗିର ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ବିଡିଓ ପ୍ରିୟରଞ୍ଜନ କୁମାର ମଧ୍ୟ ଉପସ୍ଥିତ ଥିଲେ ।