ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ସତ୍ୟବାଦୀ ଦାଶ, ମୁଖ୍ୟବକ୍ତା ଭାବେ ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ସର୍ବପଲ୍ଲୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବରାଳ, ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୟ ଦାଶ, ସମିତି ସଭ୍ୟା ଅର୍ଣ୍ଣପୁର୍ଣ୍ଣା ରଣଜିତ, ଏସ୍ଏମ୍ସି ସଭାପତି ଲକ୍ଷ୍ମୀଧର ରାଉତରାୟ, ଆଲମୁନି ସଭାପତି ସର୍ବେଶ୍ୱର ଭୁଜବଳ, ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ, ଗୁରୁ, ଗୁରୁଜନ ତଥା ପିତାମାତାଙ୍କୁ ସମ୍ମାନ ସହ ଶାରୀରିକ ବୌଦ୍ଧିକ ବିକାଶ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିରେ କ୍ରୀଡା ଶିକ୍ଷକ ସୀତାକାନ୍ତ ରାଉତରାୟ ଓ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ପ୍ରଧାନଶିକ୍ଷକ ଶ୍ରୀ ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ଵାଳ, ଲଷ୍ମୀପ୍ରିୟା ପ୍ରଧାନ, ମମତା ବେହେରା, ଚିତ୍ତରଞ୍ଜନ ରାଉତରାୟ, ଅଜିତ ମହାପାତ୍ର, ସୁକାନ୍ତ ସେଠୀ, ସହଦେଵ ମଲ୍ଲିକ, ରାଜେଶ ପ୍ରଧାନ, ସୁରେଶ ରାହୁଳ ଓ ନୀଳାମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।